ଯାଜପୁର ୨୪/୯: ସାବଧାନ ବୁଢା ନଦୀରେ ବୁଲୁଛି କୁମ୍ଭୀର । ଯାହାକୁ କୂଳରେ ଦେଖୁଛି ଭିତରକୁ ଟାଣି ନେଇ ଝୁଣି ଖାଇ ଦେଉଛି । ସିମିଳିଆ ପଞ୍ଚାୟତ ଉଆସାହିରେ ଏବେ ଏମିତି ଚର୍ଚ୍ଚା । ନଦୀରେ କୁମ୍ଭୀର ବୁଲୁଥିବା ଦେଖି ଛାନିଆ ଲୋକେ । ୨ ଦିନ ପୂର୍ବରୁ ପୋଲ ନିକଟରେ କୁମ୍ଭୀର ବୁଲୁଥିବାବେଳେ ମଙ୍ଗଳବାର ଉଆସାହି ନିକଟରେ କୁମ୍ଭୀର ଦେଖି ଭୟଭୀତ ନଦୀକୁଳିଆ ଲୋକେ । ନଦୀ ମଧ୍ୟକୁ ନଯିବାରୁ ଲୋକଙ୍କୁ ସଚେତନ କରୁଛି ବନବିଭାଗ । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ମାଇକରେ ସଚେତନ କରାଯାଉଛି ।