ଅଟୋ ସିକ୍ରେଟ ଚାମ୍ବରରେ ଚାଲାଣ ହେଉଥିଲା ଗଞ୍ଜେଇ, ପୋଲିସ ଦେଖି ଦୌଡିଲା ମାଫିଆ

Published By : Prameya-News7 Bureau | September 27, 2024 IST

ଲମତାପୁଟ ୨୭/୯: ଗଞ୍ଜେଇ ଚାଲାଣ ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ମାଫିଆ । ଏଥର ଅଟୋରେ ଚାଲାଣ ହେଉଥିବାବେଳେ ୯୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଅଟୋର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା ପୋଲିସ । କୋରାପୁଟ SPଙ୍କ ନିର୍ଦେଶରେ ନନ୍ଦପୁର ଏସ୍‌ଡିପିଓ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ନାକା ବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ l

ଏହି ସମୟରେ ଆନ୍ଧ୍ରନମ୍ବରର ଏକ ଅଟୋ ଦ୍ରୁତ ଗତିରେ ଆସୁଥିଲା । ନାକାବନ୍ଦୀ ଚାଲିଥିବା ଦେଖି ରାସ୍ତାରେ ଗାଡି ଛାଡି ଚମ୍ପଟ ମାରିଥିଲା ଡ୍ରାଇଭର l ପୋଲିସ ଗାଡିକୁ ଯାଞ୍ଚ କରିବାରୁ କିଛି ପାଇ ନଥିଲା l ପରେ ଥାନା ପରିସରକୁ ନେଇ ତନ୍ନ ତନ୍ନ କରି ଯାଞ୍ଚ କରିବାରୁ ଅଟୋର ଉପର ଭାଗରେ ସ୍ବତନ୍ତ୍ର ଚାମ୍ବରରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗାଡ଼ିରୁ ପ୍ରାୟ ୯୦କେଜି ଗଞ୍ଜେଇ ଜବତ ହୋଇଛି । ଏହାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି SDPO ସମ୍ବିତ କୁମାର ମାଝୀ କହିଛନ୍ତି । ଗାଡି ନମ୍ବରକୁ ଆଧାର କରି ମାଲିକ ନାମରେ NDPS ମାମଲା ରୁଜୁ କରାଯାଇଛି ।  ଗଞ୍ଜେଇ କେଉଁ ଆଡୁ ଆସୁଥିଲା ଓ  କାହା ପାଖକୁ ଯାଉଥିଲା ପୋଲିସ ତଦନ୍ତ ଜାରି ରଖିଛି l 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.