ମୋରଡାରେ ବଣୁଆ ହାତୀର ତାଣ୍ଡବ,୨ ଜଣଙ୍କୁ ଦଳି ମାରିଲା ,୩ ଗୁରୁତର

Published By : Prameya-News7 Bureau | September 24, 2024 IST

ମୟୂରଭଞ୍ଜ୨୪/୯: ମୋରଡାରେ ତାଣ୍ଡବ କରୁଛି ଝାଡଖଣ୍ଡୀ ଦନ୍ତା । ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୋରଡା ବ୍ଲକ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଉଲିଡିହି ଗାଁର ସାକ୍ର ହେମ୍ବ୍ରମ ଘର ବାହାରେ ଝାଡୁ ମାରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ସାକ୍ରଙ୍କ ଛାତିରେ ଦାନ୍ତ ଭୁସି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ,ଚିତ୍ରଡା ଫାଣ୍ଡି ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ସେପଟେ ଦେଉଳି ରେଞ୍ଜ ଅଧୀନ ସନପୁରିଆ ଗାଁର ରଘୁନଥ ହେମ୍ବ୍ରମ ଘର ବାରଣ୍ଡାରେ ଶୋଇଥିବାବେଳେ ହଠାତ ଦନ୍ତା ଆସି ଆକ୍ରମଣ କରିଥିଲା । ସେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀ କବଳରୁ ବର୍ତ୍ତି ପାରିନଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ବଞ୍ଚାଇବା ସମ୍ଭବ ହୋଇନଥିଲା ।

ଏତିକିରେ ଦନ୍ତାର ଉପଦ୍ରବ କମିନି । ପୁଣି ୩ ଜଣଙ୍କୁ ଘାଇଲା କରିଛି ଦନ୍ତା । ଉଲିଡିହି ଗାଁର ସୁଗା ମହାନ୍ତ ରବର ପ୍ଲାଣ୍ଟକୁ ଛତୁ ଗୋଟାଇବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା ।  ଗୁରୁତର ଅବସ୍ଥାରେ ସୁଗାଙ୍କୁ ବାରମାଇଲ ସ୍ଥିତ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ସେହିପରି ମୋରଡା ନିର୍ବାଚନମଣ୍ଡଳୀ ଶୁଳିଆପଦା ବ୍ଲକର ତାଡିକି ଓ ପୋଖରିଆ ଗାଁର ସର୍ବେଶ୍ବର ସିଂ ଓ଼ ରୁଚକି ସୋରେନ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି l ଏବେ ହାତୀଟି ବେତନଟୀ ରେଞ୍ଜ ଅଞ୍ଚଳରେ ଥିବା ଜଣାପଡିଛି । ହାତୀ ଉପଦ୍ରବରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଘଟଣା ଉପରେ  ନଜର ରଖିଥିବା କହିଛି ବନବିଭାଗ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.