ଜୁନିୟର ଏନଟିଆରଙ୍କ ‘ଦେବରା’ର ଜଲଓ୍ଵା, ପ୍ରଥମ ଦିନରେ ବକ୍ସଅଫିସ କଲେକ୍ସନ ୧୪୫ କୋଟି, ସ୍ତ୍ରୀ-୨କୁ ପଛରେ ପକାଇଲା

Published By : Prameya-News7 Bureau | September 28, 2024 IST

ମୁମ୍ବାଇ: ସାଉଥ ଫିଲ୍ମର ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା’ ଶୁକ୍ରବାର ରିଲିଜ୍ ହୋଇଛି। ଫିଲ୍ମଠୁ ଯାହା ଆଶା କରାଯାଉଥିଲା ତାହା କରି ଦେଖାଇଛି। ପ୍ରଥମ ଦିନରେ ‘ଦେବରା’ ବମ୍ପର କାରବାର କରିଛି। ଭାରତ ସହିତ ଓ୍ଵାର୍ଲ୍ଡ ଓ୍ଵାଇଡରେ ଫିଲ୍ମ ନିଜର ଜଲଓ୍ଵା ଦେଖାଇଛି। 

ଦେବରାରେ ଜୁନିୟର ଏନଟିଆରଙ୍କ ସହ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ରହିଛନ୍ତି। ବଲିଉଡର ସୈଫ ଅଲ୍ଲୀ ଖାନ ଖଳନାୟକ ଚରିତ୍ରରେ ଦମଦାର ଅଭିୟନ କରିଛନ୍ତି। ଦେବରା ଜରିଆରେ   ଜାହ୍ନବୀ ଓ ସୈଫ ଉଭୟ ସାଉଥ ସିନେମାରେ ପାଦ ଦେଇଛନ୍ତି। 

ନିର୍ଦ୍ଦେଶକ କୋରତାଲା ଶିବାଙ୍କ ଫିଲ୍ମ ବମ୍ପର କାରବାର କରିଛି। ଦେବରା ଓ୍ଵାର୍ଲ୍ଡଓ୍ଵାଇଡ ୧୪୫ କୋଟି ଟଙ୍କାର ବକ୍ସ ଅଫିସ କଲେକ୍ସନ କରିଛି। ପ୍ରଭାସଙ୍କ ପରେ ଏନଟିଆର ପ୍ରଥମ ଦିନରେ ୧୦୦ କୋଟିରୁ ଅଧିକ ଓପନିଂ ଫିଲ୍ମ ଦେବାରେ ଦ୍ଵିତୀୟ ତେଲୁଗୁ ଅଭିନେତା ହୋଇଛନ୍ତି।

ଦେବରା ଜୁନିୟର ଏନଟିଆରଙ୍କ କ୍ୟାରିୟରର ସବୁଠୁ ବଡ଼ ଫିଲ୍ମ ସାବ୍ୟସ୍ତ ହୋଇଛି। ତାଙ୍କ ଅନ୍ୟତମ ଫିଲ୍ମ ଆରଆରଆର ମଧ୍ୟ ପ୍ରଥମ ଦିନରେ ଓ୍ଵାର୍ଲ୍ଡଓ୍ଵାଇଡ ୨୨୩ କୋଟି ଟଙ୍କାର ଜବରଦସ୍ତ କାରବାର କରିଥିଲା। କିନ୍ତୁ ତାଙ୍କ ବ୍ୟତୀତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୁପରଷ୍ଟାର ରାମଚରଣ ମଧ୍ୟ ଥିଲେ।

Also read: ସିନ୍‌ କାଟିଲେ ‘ଏମର୍ଜେନ୍ସି’କୁ ରିଲିଜ୍‌ ପାଇଁ ମିଳିବ ଅନୁମତି, ବମ୍ବେ ହାଇକୋର୍ଟରେ ହୋଇଛି ଶୁଣାଣି

ଜୁନିୟର ଏନଟିଆର ଓ ଜାହ୍ନବୀ କପୁରଙ୍କ ଫିଲ୍ମ ‘ଦେବରା’ ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ଫିଲ୍ମ ‘ସ୍ତ୍ରୀ ୨’ର ବଡ଼ ରେକର୍ଡ ଭାଙ୍ଗିଛି। ସାକନିଲ୍କର ରିପୋର୍ଟ ଅନୁଯାୟୀ, ଦେବରା ଭାରତରେ ପ୍ରଥମ ଦିନରେ ୮୨.୫୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏହା ସହିତ ଫିଲ୍ମ ସ୍ତ୍ରୀ ୨, ଯବାନ ଓ ଏନିମଲ ସହିତ ଅନେକ ବଡ଼ ଫିଲ୍ମକୁ ପଛରେ ପକାଇଛି। ଏହା ପୂର୍ବରୁ ରିଲିଜର ପ୍ରଥମ ଦିନରେ ଯବାନ ୭୫ କୋଟି, ଏନିମଲ ୬୩.୮୦ କୋଟି ଓ ସ୍ତ୍ରୀ ୨ ୫୫.୪୦ କୋଟି ଟଙ୍କାର କାରବାର କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.