ରିଲିଜ୍‌ ହେଲା ‘Jigra’ ର ଟ୍ରେଲର, ଭାଇ ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ଆଲିଆ

Published By : Prameya-News7 Bureau | September 27, 2024 IST

ମୁମ୍ଵାଇ ୨୭।୦୯: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ଅପକମିଂ ଫିଲ୍ମ ଜିଗ୍ରାର ଟ୍ରେଲର ରିଲିଜ୍‌ ହୋଇଛି । ବେଦାଙ୍ଗ ରାଇନାଙ୍କ ଆଲିଆଙ୍କ ସହ ଲିଡ୍‌ରେ ଅଛନ୍ତି। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କୁ ପରଦାରେ ଦେଖାଯାଇଛି। ଆଲିଆ ଭଟ୍ଟ ସିନେମାରେ ବେଦାଙ୍ଗଙ୍କ ବଡ଼ ଭଉଣୀ ଭୂମିକା ନିଭାଇଛନ୍ତି। ଭଉଣୀ ଭାବେ ସେ ତାଙ୍କର ଜୀବନକୁ କିପରି ରକ୍ଷା କରାଯାଇଛି ।

୨୭ ତାରିଖ ଅର୍ଥାତ୍‌ ଶୁକ୍ରବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ୩ ମିନିଟ୍ ଏହି ଟ୍ରେଲରରେ ଫିଲ୍ମର କନଣ୍ଟେଟ୍‌କୁ ଦେଖାଯାଇଛି। ପ୍ରେମ -ଆକ୍ସନ ଏବଂ ଜବରଦସ୍ତ ଡାଏଲଗ ସହ ଭାଇ-ଭଉଣୀଙ୍କ ବଣ୍ଡି ଦେଖିବାକୁ ମିଳିଛି । ଆଲିଆ ଜବରଦସ୍ତ ଆକ୍ସନ କରିଥିବା ବେଳେ ଫିଲ୍ମଟି ଅକ୍ଟୋବର ୧୧ରେ ପରଦାକୁ ଆସିବ ।  


ଟ୍ରେଲର୍ ରିଲିଜ୍ ହେବାର ମାତ୍ରେ ୟୁଟ୍ୟୁବରେ ଲକ୍ଷାଧିକ ଲୋକେ ଦେଖି ସାରିଥିଲେ। ଟ୍ରେଲରରେ ଆଲିଆ ଭଟ୍ଟ ତାଙ୍କ ଭାଇଙ୍କୁ ଏକ ବିପଦରୁ ରକ୍ଷା କରିବା ପାଇଁ କିପରି ସଙ୍ଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳୁଛି।   ବାସନ୍ ବାଲା ନିର୍ଦ୍ଦେଶନା ଦେଇ ଥିବାବେଳେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ରିଲିଜ୍ ହେବ। ଆଲିଆ ଭଟ୍ଟ ମଧ୍ୟ ସହପ୍ରଯୋଜକ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.