ଦୂଷିତ ପାଣି ପାଇଁ ବ୍ୟାପୁଛି ଡାଇରିଆ,ଗାଁରେ ଡାକ୍ତରୀ ଟିମ୍‌ର ଅନୁଧ୍ୟାନ

Published By : Prameya-News7 Bureau | July 08, 2024 IST

ମୁନିଗୁଡା ୮/୭: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଡିମିରିଗୁଡା ପଞ୍ଚାୟତ ଭଟାଙ୍ଗପଦର ଗାଁରେ ଡରାଉଛି ଡାଇରିଆ । ଜଣେ ଆକ୍ରାନ୍ତ ଚିତ୍ର ସୁନାଙ୍କ ମୃତ୍ୟୁ ପରେ ଛାନିଆ ହେଲେଣି ଲୋକେ । ଏବେବି ୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଗାଁରେ ଡାକ୍ତରୀ ଟିମ୍‌ ପହଞ୍ଚି ଆକ୍ରାନ୍ତଙ୍କୁ ମେଡିସିନ ଦେବା ସହ ଲୋକଙ୍କୁ ସଚେତନ କରିଛନ୍ତି । ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପୁଥିବା ସ୍ପଷ୍ଟ ହେବା ପରେ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଘଟଣାସ୍ଥଳକୁ ଯାଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା ବିଜେପି ନେତା ଜଗନ୍ନାଥ ନୁଣ୍ଡ୍ରୁକା । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.