ଡୁମଡୁମା ଫ୍ଲାଏଓଭର ବ୍ରିଜ ଉପରେ ଦବିଲା ରାସ୍ତା, ଫସିଲା ମିନି ଟ୍ରକ୍‌

Published By : Prameya-News7 Bureau | July 08, 2024 IST

ଭୁବନେଶ୍ବର: ଡୁମଡୁମା ଫ୍ଲାୟଓଭର ବ୍ରିଜ ଉପରେ ଦାବିଲା ରାସ୍ତା । ଫସିଲା ମିନି ଟ୍ରକ୍‌ । ସୋମବାର, ଭୁବନେଶ୍ବର ଡୁମୁଡୁମା ସ୍ଥିତ ଫ୍ଲାଏ ଓଭର ବ୍ରିଜ୍‌ର ମଝିରେ ରାସ୍ତା ଦବିଯାଇଥିଲା। ଆଉ ଏହି ରାସ୍ତାରେ ଯାଉଥିବା ଏକ ମିନିଟ୍ରକ୍‌ ଉକ୍ତ ଖାଲରେ ଫସିଯାଇଥିଲା। ସୌଭାଗ୍ୟବସତଃ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ। 

ତେବେ ଏହି ଘଟଣା କାରଣରୁ ରାସ୍ତାରେ ଗାଡ଼ି ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା। ଅବଶ୍ୟ କିଛି ସମୟ ପରେ ମିନି ଟ୍ରକଟିକୁ କ୍ରେନ ସାହାଯ୍ୟରେ ରାସ୍ତାରୁ ଉଠାଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡି ଚଳାଚଳ ସ୍ବାଭାବିକ କରିବା ସହ ଦବିଥିବା ସ୍ଥାନରେ ବ୍ୟାରିକେଡ କରିଛି। ଖବର ପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.