ଓଡ଼ିଶାରେ ଚାଲୁଛି ୪ ସରକାର, ପ୍ରସନ୍ନ ଆଚାର୍ଯ୍ୟଙ୍କ କଟାକ୍ଷର ଜବାବ ଦେଲା ବିଜେପି

Published By : Prameya-News7 Bureau | October 05, 2024 IST

ଭୁବନେଶ୍ଵର: ଚାଲିଛି ଆରୋପ- ପ୍ରତ୍ୟାରୋପ। ବିଜେଡିର ଜନ ସମ୍ପର୍କ ପଦଯାତ୍ରା ବେଳେ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି ଏଠାରେ ଗୋଟିଏ ସରକାର ଚାଲୁନି। ଚାଲୁଛି ୪ଟା ସରକାର।ଗୋଟିଏ ନିଷ୍ପତି ନେବାକୁ ୪ଟି କଥା ଶୁଣିବାକୁ ପଡୁଛି।  କଂଗ୍ରେସ ମଧ୍ୟ ସମାଲୋଚନା କରିବାକୁ ପଛାଇନାହିଁ।ସେପଟେ ପ୍ରସନ୍ନଙ୍କ ସମାଲୋଚନାର କଡ଼ା ଜବାବ ଦେଇଛି ବିଜେପି। ବିଜେପି କହିଛି ଯିଏ ଯେମିତି ସେ ସେମିତି ଭାବିନେଲେ, ଅନ୍ୟମାନେ ବି ସେମିତି। ତାଙ୍କ ଦଳକୁ ୪ ଜଣ ଚଳାଉଥିଲେ। କିନ୍ତୁ ଆମ ସରକାର ହେଉଛି ଲୋକଙ୍କ ସରକାର। 

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ସକାଳେ ଗୋଟେ କଥା କହିଲେ, ସନ୍ଧ୍ୟାରେ ଆଉ ଗୋଟେ କଥା କହୁଛନ୍ତି। ଏଭଳି କହି ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଗତକାଲି ରେଢ଼ାଖୋଲ ହେମାମୁରାରେ ଜନସମ୍ପର୍କ ପଦଯାତ୍ରାରେ ସେ ଏଭଳି ସମାଲୋଚନା କରିଛନ୍ତି।

Also read: ଏହି ଦୁଇ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ସେ  କହିଛନ୍ତି ଦିଲ୍ଲୀରେ ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି, ସେ ଗୋଟିଏ ଅର୍ଡର ଦେବେ। ମୁଖ୍ୟମନ୍ତ୍ରୀ ଦେବେ ଆଉ ଗୋଟିଏ ଅର୍ଡର। ଗୋଟିଏ ନିଷ୍ପତି ନେବାକୁ ୪ଟି କଥା ଶୁଣିବାକୁ ପଡୁଛି। ଯେଉଁଥି ପାଇଁ ଗୋଟିଏ ଗୋଟିଏ ଫାଇଲ ୩ ମାସ ଧରି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ପଡିରହିଛି। ଯେମିତିକି ଆଳୁ ସଙ୍କଟ ସମୟରେ ଯୋଗାଣ ମନ୍ତ୍ରୀ ସକାଳେ କହିଲେ ଆଳୁ ପଶ୍ଚିମବଙ୍ଗରୁ ଆସୁଛି। କିନ୍ତୁ ସନ୍ଧ୍ୟାରେ କହିଲେ ଉତ୍ତର ପ୍ରଦେଶରୁ ଆସୁଛି। ଅନ୍ୟପଟେ ପ୍ରସନ୍ନଙ୍କ ସହ ତାଳ ମିଳାଇଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା  ରାମଚନ୍ଦ୍ର କାଡାମ କହିଛନ୍ତି ବିଧାନସଭାରେ ମଧ୍ୟ ଏକଥା ଉଠିଥିଲା,ବିଜେପି ସରାକାରଙ୍କୁ କିଏ ଚଳାଉଛି। ପିଏମ ଅଫିସ, ଆରଏସଏସ ନା ଅଫିସର ଚଳାଉଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। 

ସେପଟେ ପ୍ରସନ୍ନଙ୍କ ସମାଲୋଚନାର କଡ଼ା ଜବାବ ରଖିଛି ବିଜେପି। ଦଳର ବିଧାୟକ ମାନସ ଦତ୍ତ କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଜଣେ ଅଭିଜ୍ଞ ନେତା। କିନ୍ତୁ ଯିଏ ଯେମିତି ସେ ସେମିତି ଭାବି ନେଲେ ଅନ୍ୟମାନେ ବି ସେମିତି। ତାଙ୍କ ଦଳକୁ ୪ ଜଣ ଚଳାଉଥିଲେ।ସେ ଭାବୁଛନ୍ତି ବିଜେଡି ଯେମିତି ଚାଲୁଥିଲା ବିଜେପି ସେମିତି ଚାଲୁଛି।କିନ୍ତୁ ଆମ ସରକାର ହେଉଛି ଲୋକଙ୍କ ସରକାର। ଗୋଟିଏ ପଟେ ସରକାର ୧୦୦ ଦିନର ସଫଳାତା କଥା କହୁଥିବା ବେଳେ   ବିରୋଧୀ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.