ଛାତ ଉପରେ କାମ କରୁଥିଲେ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

Published By : Prameya-News7 Bureau | December 21, 2024 IST

ଦେବଗଡ଼ ୨୧।୧୨: ଘର ଛାତ ଉପରେ ଲୁହା ଓ୍ୱେଲଙ୍ଗିଂ କରୁଥିବା ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଓ୍ୱେଲ୍‌ଡରଙ୍କ ମୃତ୍ୟୁ ହୋଇଥିବା ସହଯୋଗୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ସଦର ମହକୁମାର ଅର୍ଜୁନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘର କାମ ଚାଲିଥିଲା । ଘରର ଛାତ ଉପରେ ଓ୍ୱେଲଡିଂ କାମ କରୁଥିଲେ ଅରକ୍ଷିତ ବାଘ ଏବଂ ତାଙ୍କ ସହଯୋଗୀ ହୃଷିକେଶ ସାହୁ । ଏହି ସମୟରେ ହଠାତ୍‌ ବିଦ୍ୟୁତ ଆଘତ ଲାଗିଥିଲା । ଯେଉଁଥିରେ ଅରକ୍ଷିତ ବାଘ ଏବଂ ସହଯୋଗୀ ହୃଷିକେଶ ସାହୁ ଗୁରୁତର ହୋଇଥିଲେ । ଯାହାପରେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ସେଠାରେ ଅରକ୍ଷିତଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ହୃଷିକେଶଙ୍କ ଚିକିତ୍ସା ଜାରି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.