ଦେବଗଡ ୧୯/୧୧: ପୁଅ ଘରକୁ ମଦ ପିଇ ଫେରିଥିଲା । କାହିଁକି ବାହାରେ ବୁଲୁଚୁ ଖରାପ କାମ କରୁଚୁ ବୋଲି ତାଗିଦ କରିଥିଲେ ମାଆ । ଏହାକୁ ନେଇ କିଛି ସମୟ ମାଆ-ପୁଅଙ୍କ ଭିତରେ ଝଗଡା ହୋଇଥିଲା । ପରେ ପୁଅ ଉତ୍ତ୍ୟକ୍ତ ହୋଇ ମାଆକୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗାଁର ହତ୍ୟାକାଣ୍ଡକୁ ନେଇ ଆଲୋଡନ । ସୋମବାର ବିଳମ୍ବିତ ରାତିର ଘଟଣା । ମୃତ ମହିଳା ସ୍ଥାନୀୟ ଅଞ୍ଚଳର ବିନୋଦ ବାଦୀଙ୍କ ପତ୍ନୀ ବିଜୁଳି ବାଦୀ । ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ ହତ୍ୟାକାରୀ ପୁଅ ଦୁଃଶାସନକୁ ଅଟକ ରଖି ପଚରାଉଚରା କରୁଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ଛାନ୍ଭିନ୍ ଚଳାଇଛି ।