ଦେବଗଡ ୭।୯: ମହିଳା କାଉନସିଲର ଓ ଦୁଇ ନାବାଳିକା ଝିଅଙ୍କୁ ଅପହରଣ ଅଭିଯୋଗ । ଦେବଗଡ ପୌରପରିଷଦର ୭ ନମ୍ବର ୱାର୍ଡ କାଉନସିଲର ପିଙ୍କି ସାହୁଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଛି । ତାଙ୍କ ସହ ୧୨ ବର୍ଷ ଓ ୯ ବର୍ଷର ଦୁଇ ନାବାଳିକା ଝିଅଙ୍କୁ ମଧ୍ଯ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ କାଉନସିଲରଙ୍କ ସ୍ବାମୀ ପ୍ରଦୀପ ସାହୁ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ଦୁଇ ଜଣ କାଉନସିଲର ଓ କାଉନସିଲରଙ୍କ ସ୍ବାମୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ଅପହୃତ କାଉନସିଲରଙ୍କ ସ୍ବାମୀ ।
You Can Read:
ଅନ୍ୟ ଉପରେ ଦୋଷ ଲଦିଲେ ହେବନି, ଦଳରେ କ’ଣ ଅସୁବିଧା ରହୁଛି ତର୍ଜମା କରିବା ଆବଶ୍ୟକ : ଅମର ପ୍ରସାଦ ଶତପଥୀ