ଘୋଷଯାତ୍ରା ପାଇଁ ମନ୍ଦିରରେ ନାହାନ୍ତି ଠାକୁର, ହୁଣ୍ଡି ଭାଙ୍ଗି ଦାନ ଟଙ୍କା ନେଇଗଲେ ଲୁଟେରା

Published By : Prameya-News7 Bureau | July 08, 2024 IST

କୋଣାର୍କ ୮/୭: ଘୋଷଯାତ୍ରା ପାଇଁ ସମସ୍ତେ ବ୍ୟସ୍ତ । ଠାକୁର ବି ମନ୍ଦିରରେ ନାହାନ୍ତି । ଏଇ ସୁଯୋଗ ଅପେକ୍ଷାରେ ଯେମିତି ଥିଲେ ଚୋର । କୋଣାର୍କ ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍‌ପାଟ୍‌ କରିଛନ୍ତି ଲୁଟେରା  । ଦିନ ଦ୍ବିପହରରେ ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା । ହୁଣ୍ଡି ଭାଙ୍ଗି ସବୁ ଟଙ୍କା ନେଇଯାଇଛନ୍ତି ଲୁଟେରା । ଅଭିଯୋଗ ଆଧାରରେ ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.