ସରପଞ୍ଚ ପୁଅଙ୍କ ଦାଦାଗିରି, ମହିଳାଙ୍କୁ ଘରୁ ଡାକି ଟଣା ଓଟାର କରିବା ସହ ମାରିଲେ ମାଡ

Published By : Prameya-News7 Bureau | July 05, 2024 IST

ଆନନ୍ଦପୁର ୫ସରପଞ୍ଚ ପୁଅ ବୋଲି ସାହାସ କିଛି କମ୍ ନୁହଁ । ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ମହିଳାଙ୍କୁ ଘରୁ ଡାକି ଟଣା ଓଟରା କରିବା ସହ ମାଡ ମାରିଲେ । ଥାନାର ଦ୍ବାରସ୍ଥ ହେଲେ ମହିଳା । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଭଣ୍ଡାରିଡିହା ଠାରେ । ସ୍ବୟଂ ସହାୟକ ଗୋଷ୍ଠୀର ଇସି ଚୟନକୁ ନେଇ ପୂର୍ବରୁ ଭଣ୍ଡାରିଡିହା ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ରାଉତଙ୍କ ପୁଅ ସଂଗ୍ରାମ କେଶରୀ ରାଉତ ବାଧାଦେଇ ଆସୁଥିଲେ । ହେଲେ ଗୋଷ୍ଠୀର ମହିଳାମାନେ ଭୋଟ୍ କରାଇ ଇସି ପଦବୀ ପାଇଁ ପ୍ରାର୍ଥୀ ଚୟନ କରିଦେବାରୁ ରାଗରେ ଗାଁର ମଧୁସ୍ମିତା ପଟ୍ଟନାୟକ ନାମକ ଜଣେ ମହିଳାଙ୍କୁ ଘରୁ ଡାକି ଏଭଳି କାଣ୍ଡ ଘଟାଇଥିବା ଘଷିପୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।


You Can Read:

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବସ୍ ସେବା : ଏସିରେ ୧୦୦, ନନ୍ ଏସିରେ ୮୦ ଟଙ୍କାରେ କରିବେ ଯାତ୍ରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.