ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା ସୁନା, ସବୁ ଲୁଟିନେଲା ଚୋର

Published By : Prameya-News7 Bureau | July 07, 2024 IST

ଆନନ୍ଦପୁର ୭/୭: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ହାଟଡିହି ଗାଁରେ ମାତିଛନ୍ତି ଲୁଟେରା । ଗାଁର ଯତୀନ୍ଦ୍ର କୁମାର ବଇଁଠାଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା । ଝରକାଗ୍ରୀଲ ଭାଙ୍ଗି ଲୁଟି ନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା । ରାତି ୨ଟାରେ ଯତୀନ୍ଦ୍ରଙ୍କ ବଡ ଝିଅ ଉଠି କବାଟ ଭିତରପଟୁ ବନ୍ଦ ଥିବା ଦେଖି ଘର ଲୋକଙ୍କୁ ଉଠାଇଥିଲେ । ସମସ୍ତେ ଉଠି ଦେଖିବା ପରେ ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ନନ୍ଦପଡା ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.