ଗ୍ଲୋବାଲ ୱାର୍ମିଂରୁ ରକ୍ଷା ପାଇଁ ଗଛଟିଏ ଲଗାନ୍ତୁ, ଲୋକଙ୍କୁ ବିଧାୟକ ବଦ୍ରିଙ୍କ ଅପିଲ

Published By : Prameya-News7 Bureau | July 06, 2024 IST

ଆନନ୍ଦପୁର ୬/୭: ଗଛ ଲଗାଇଲେ,ସେଲ୍‌ଫି ନେଲେ । ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପାଳନ ହୋଇଥିବା ୭୫ ତମ ବନ ମହୋତ୍ସବରେ ଗଛ ଲଗାଇବା ସହ ସେଲ୍‌ଫି ପଏଣ୍ଟରେ ଠିଆ ହୋଇ ଫଟୋ ଉଠାଇଛନ୍ତି ଘଷିପୁର ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ । ଗ୍ଲୋବାଲ ୱାର୍ମିଂରୁ ରକ୍ଷା ପାଇବା ପାଇଁ ଗଛ ଲଗାଇବା ନିହାତି ଦରକାର ବୋଲି କହିଛନ୍ତି ବିଧାୟକ ବଦ୍ରି ପାତ୍ର । ଉଭୟ ବିଧାୟକ ନିଜେ ଗଛ ଲଗାଇବା ଜନସାଧାରଣଙ୍କୁ ଗଛ ଲଗାଇବାକୁ ପ୍ରେରଣା ଦେଇଛନ୍ତି । ଏହି ବନ ମହୋତ୍ସବ ସପ୍ତାହରେ ୧ଲକ୍ଷ ୧୨ ହଜାର ବିଭିନ୍ନ ପ୍ରଜାତିର ଚାରା ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆଉ ଏକ ଲକ୍ଷ୍ୟ ଚାରା ଲୋକଙ୍କୁ ବଣ୍ଟନ କରାଯିବା ନେଇ ସୂଚନା ଦେଇଛନ୍ତି ଡିଏଫ୍‌ଓ । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.