ପାଟଣା ରେଞ୍ଜରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ ଗ୍ରାମବାସୀ

Published By : Prameya-News7 Bureau | July 06, 2024 IST

ପାଟଣା ୦୬।୦୭ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି । ହାତୀପଲଙ୍କ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ସଂଧ୍ୟା ହେଲେ ଗାଁରେ ପଶି ଆତଙ୍କ ଖେଳାଇଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାରବରଣ ଖେଳିଯାଇଛି । 

ଖବର ଅନୁଯାୟୀ, ହାତୀପଲଙ୍କ ଉପଦ୍ରବରେ ଲୋକେ ଆତଙ୍କିତ ହୋଇଛନ୍ତି । ହାତୀପଲ ଅଞ୍ଚଳର ୧୫ରୁ ଅଧିକ ଘର ଭାଙ୍ଗି ନଷ୍ଟ କରିଦେଇଥିବା ବେଳେ ଗୋଠଛଡା ଦନ୍ତା ଶୁକ୍ରବାର ସଂଧ୍ୟାରେ ଘାଟବାଲିଯୋଡି ଗାଁର ଶଙ୍କର ମୁଦିଙ୍କ ଘରେ ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି । ଯାହାର ଭିଡିଓ ଏବେ ଭାଇରାଲ ହେବାର ଲାଗିଛି । ହାତୀ ଘର ଭାଙ୍ଗୁଥିବା ସମୟରେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି । 

ସେହିପରି ଶୁକ୍ରବାର ରାତିରେ କେନ୍ଦୁଯୋଡ଼ା ଗାଁର ଜଣଙ୍କ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ କରିଦେଇଛନ୍ତି ଗୋଠ ଛଡ଼ା ଦନ୍ତା । ଏହି ଦନ୍ତା ଅନ୍ୟ ହାତୀପଲଙ୍କ ଠାରୁ ଅଲଗାଇ ହୋଇଥିବାରୁ ଅଧିକ ହିଂସ୍ର ହୋଇ ଘର ଭାଙ୍ଗୁଛି । ୨୪ ଟିକିଆ ହାତୀପଲ ଏବେ ଭାଲିଆଡ଼ାଳ ଗାଁ ନିକଟରେ ଡେରା ପକାଇଥିବାରୁ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନବିଭାଗ ହାତୀପଲଙ୍କ ଉପରେ ନଜର ରଖିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.