୩ ମାସରେ ପୂରଣ ହେବ ୨ ହଜାର ବନରକ୍ଷୀ ପଦବୀ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Published By : Prameya-News7 Bureau | September 07, 2024 IST

କେନ୍ଦୁଝର ୭।୯: ସାରା ରାଜ୍ୟରେ ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ୨ ହଜାର ବନରକ୍ଷୀ । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ବନ ବିଭାଗର ସମୀକ୍ଷା ବୈଠକରେ ବର୍ତ୍ତମାନ ସାରା ରାଜ୍ୟରେ ୩ ହଜାର ବନରକ୍ଷୀ ପଦବୀ ଖାଲିଥିବା ଜାଣିବା ପରେ ତିନି ମାସ ମଧ୍ୟରେ ସେଥିରୁ ୨ ହଜାର ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥି ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ଦେଇଛନ୍ତ କେନ୍ଦୁଝର ଗସ୍ତରେ ଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । 

ବର୍ତ୍ତମାନ ସାରା ରାଜ୍ୟରେ ହାତୀ ମଣିଷ ଲଢେଇ ଚରମ ସୀମାରେ ପହଞ୍ଚିଥିବା ବେଳେ ଭାଲୁ, ହରିଣ, କୁଟୁରା ଆଦି ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣରେ ସହର ମୁହାଁ । ଫଳରେ ମଣିଷଙ୍କ ଧନ ଜୀବନ ସହ ବନ୍ୟଜନ୍ତୁ ମଧ୍ୟ ବିପଦରେ ପଡିଛନ୍ତି । ଏହାକୁ ସୁରକ୍ଷା ଦେବାରେ ମୁଖ୍ୟ ବାଧକ ସାଜିଛି ବନରକ୍ଷୀଙ୍କ ଅଭାବ । ଫଳରେ ଏହାର ସୁଯୋଗ ନେଇ କାଠ ମାଫିଆ ଓ ଶିକାରୀ ଅବାଧରେ ଜଙ୍ଗଲରେ ବୁଲୁଛନ୍ତି ଓ ଶୀକାର କରୁଛନ୍ତି, ଜଙ୍ଗଲ ଧ୍ୱଂସ କରୁଛନ୍ତି । ଯାହାକୁ ରୋକ ଲଗାଇବାକୁ ମୋହନ ସରକାର ଅଣ୍ଟା ଭିଡ଼ିଛନ୍ତି । ଫଳ ସ୍ଵରୂପ ତିନି ମାସ ମଧ୍ୟରେ ୨ ହଜାର ବନରକ୍ଷୀ ପଦବୀ ପୂରଣ କରିବେ ବୋଲି କେନ୍ଦୁଝର ଗସ୍ତରେ ଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।

You Can Read:

ଉଦ୍ଧାର କଣ୍ଟେନରରେ ଫାଟ, ବାହାରୁଛି ଖାଦ୍ୟ ପଦାର୍ଥ ଓ ମହମବତୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.