ବାଲି ଚାଲାଣ ବେଳେ ଅଘଟଣ, ଟ୍ରାକ୍ଟର ଓଲଟି ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | January 25, 2025 IST

ଆନନ୍ଦପୁର ୨୫।୦୧ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀ ବୁଢିକୁଦ ନିକଟରେ ଅଘଟଣ । ଚୋରାରେ ବାଲି ଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର । ଯେଉଁଥିରେ ଟ୍ରାକ୍ଟର ଚାଳକଙ୍କ ଜୀବନ ଚାଲିଯାଇଛି । ମୃତକ ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ତୁସା ମୁଣ୍ଡୟା ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ଶୁକ୍ରବାର ସଂଧ୍ୟା ସମୟରେ ବୈତରଣୀ ନଦୀର ବୁଢିକୁଦ ଘାଟରୁ ଚୋରାରେ ବାଲି ବୋଝେଇ କରି ନେଉଥିଲା ଏକ ଟ୍ରାକ୍ଟର । ହେଲେ ଘାଟରୁ କିଛି ବାଟ ଯିବା ପରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେପଟେ ଘଟଣା ସଂପର୍କର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବୁଢିକୁଦ ଘାଟରୁ ଦୈନିକ ଟ୍ରାକ୍ଟର ଯୋଗେ ଚୋରାରେ ବାଲି ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି । 

ଗ୍ରେଗ୍ ଚାପେଲ ବିବାଦ, ଦ୍ରାବିଡଙ୍କ ସହ ମତଭେଦ… ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌ରେ ଖୋଲିବ ୫ ବଡ଼ ରାଜ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.