ସୁଜି ନଥିଲା ବୋଲି ଖାଇଲେ ବାସି ପଖାଳ, ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ

Published By : Prameya-News7 Bureau | January 28, 2025 IST

ତେଲକୋଇ ୧: ପଖାଳ ଖାଇ ହଷ୍ଟେଲ ଛାତ୍ରୀ ଅସୁସ୍ଥ । ତେଲକୋଇ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି l 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପିଟାନାଳୀ ଠାରେ ଥିବା ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ଥିବା ଛାତ୍ରୀମାନେ ବାସି ପଖାଳ ଖାଇ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି l ସମସ୍ତଙ୍କ ଦେହ ଅସୁସ୍ଥ ଥିବାରୁ ସମସ୍ତଙ୍କୁ ସାଲାଇନ୍ ଲଗାଯାଇଛି l ହଷ୍ଟେଲ ୱାର୍ଡେନଙ୍କ କହିବା କଥା ପ୍ରତ୍ୟେକ ଦିନ ସକାଳରେ ଛୁଆମାନେ ସୁଜି ଖାଇଥାନ୍ତି । ମଙ୍ଗଳବାର ଦିନ ସୁଜି ନଥିବାରୁ ୨୨ ଜଣ ଛାତ୍ରୀ ପଖାଳ ଖାଇଥିଲେ ବୋଲି ବିଦ୍ୟାଳୟ ଓ୍ବାର୍ଡେନ ପ୍ରକାଶ କରିଛନ୍ତି । ତାପରେ ସମସ୍ତ ୨୨ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ସମସ୍ତଙ୍କୁ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କାହାର ପେଟବ୍ୟଥା ତ ଆଉ କାହାର ବାନ୍ତି ହେଉଥିବା ବେଳେ ଅନ୍ୟ କେତେ ଜଣଙ୍କ ମୁଣ୍ଡ ବୁଲାଉଥିବା ଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ତେବେ ଖାଦ୍ୟରେ କ’ଣ ପଡ଼ିଥିଲା ଯେଉଁଥିପାଇଁ ଏଭଳି ଘଟଣା ଘଟିଲା ଏବଂ   ଏତେ ଛାତ୍ରୀ ଅସୁସ୍ଥ ହେଲେ ତାହା ତଦନ୍ତ ହେବା ଆବଶ୍ୟକ ବୋଲି ଅଭିଭାବକ ମାନେ କହିଛନ୍ତି ।

You Can Read:

ମେକ୍ ଇନ୍ ଓଡ଼ିଶାର ନାଁ ବଦଳାଇ ଉତ୍କର୍ଷ ଓଡ଼ିଶା କରିଛନ୍ତି : ଦେବୀ ମିଶ୍ର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.