ପାଟଣା ୨/୨: ଘର ଭିତରେ ପଶି ବାଇକ ଜାଳିଦେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁର ଗାଁରେ ଚାଞ୍ଚଲ୍ୟ । ଶନିବାର ବିଳମ୍ବିତ ରାତିରେ ଗାଁର ତରଣୀସେନ ପାତ୍ରଙ୍କ ଘର ପରିସରରେ ଥିବା ଏକ ବୁଲେଟ୍ ଓ ୟାମାହା ଏମ୍ଟି-୧୫ ବାଇକକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ ।
ବାଇକ ଜଳୁଥିବା ଦେଖି ତରଣୀଙ୍କ ବାପା ନିଆଁରେ ପାଣି ଢାଳି ଲିଭାଇବାକୁ ଉଦ୍ୟମ କରିଥିଲେ । କିଛି ସମୟ ପରେ ନିଆଁ ଲିଭି ଯାଇଥିଲେ ମଧ୍ୟ ବାଇକ ଜଳି ନଷ୍ଟ ହୋଇଯାଇଛି । ଫଳରେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକ । ତେବେ ଘର ଭିତରେ ପଶି ଗାଡି କିଏ ଜାଳିଛି ଓ କାହିଁକି ଜାଳିଛି ଜଣା ପଡିନି । ପାଟଣା ଥାନାରେ ଅଭିଯୋଗ ପରେ ଛାନ୍ଭିନ୍ ଚଳାଇଛି ପୋଲିସ ।