କେନ୍ଦ୍ର ବଜେଟ୍ -୨୦୨୫: ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ଭାରତର ବଜେଟ୍ ଆସିବାକୁ ଆଉ ୨୪ ଘଣ୍ଟାରୁ ବି କମ୍ ସମୟ ଅଛି। ସଂସଦର ବଜେଟ୍ ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଶୁକ୍ରବାର ଆରମ୍ଭ ହୋଇ ଯାଇଛି ଓ ଏହାର ପରବର୍ତ୍ତି ଦିନ ଅର୍ଥାତ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ସଂସଦର ବଜେଟ ଅଧିବେଶନ ଦୁଇ ଭାଗରେ ହେବ, ସେହି ଅନୁସାରେ ପ୍ରଥମ ଭାଗ ୩୧ ଜାନୁୟାରୀରୁ ୧୩ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ଭାଗଟି ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।
ସଂସଦର ଉଭୟ ସଦନରେ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପିତ
ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଲୋକସଭା ଓ ରାଜ୍ୟସଭାରେ ‘ଇକୋନମିକ ସର୍ଭେ ରିପୋର୍ଟ-୨୦୨୫’ ଉପସ୍ଥାପନ କରାଯାଇଛି। ଏହା ସହିତ ଉଭୟ ସଦନକୁ ୧ ଫେବୃଆରୀ ଅର୍ଥାତ ବଜେଟ ଦିନ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ଶନିବାର ପୂର୍ବାହ୍ନ ୧୧ଟା ବେଳେ ଲୋକସଭା ଆରମ୍ଭ ହେବ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବଜେଟ୍ ଅଭିଭାଷଣ ରଖିବେ।
ନ୍ୟୁଜ୍ 7ରେ ଦେଖନ୍ତୁ ବଜେଟର ଲାଇଭ ପ୍ରସାରଣ ଓ ଫୁଲ କଭରେଜ
ନ୍ୟୁଜ୍ 7 ଆପଣଙ୍କ ଲାଗି ବଜେଟ ୨୦୨୫-୨୬ର ସମ୍ପୂର୍ଣ୍ଣ କଭରେଜ ନେଇ ଆସିବ। ଆପଣ ନ୍ୟୁଜ୍ 7ର ଅଲଗା ଅଲଗା ପ୍ଲାଟଫର୍ମରେ ଏହାକୁ ଦେଖିପାରିବେ । ଆପଣଙ୍କ ଅଭିଜ୍ଞତା ବଢାଇବା ପାଇଁ ନ୍ୟୁଜ୍ 7ର ଅନେକ ମାଧ୍ୟମ ଅଛି। ବଜେଟର ଲାଇଭ କଭରେଜ ବ୍ୟତୀତ ବଜେଟର ମୁଖ୍ୟ ବିଷୟବସ୍ତୁ ଓ ଏହାର ପରବର୍ତ୍ତି ବିଶ୍ଲେଷଣ ମଧ୍ୟ ନ୍ୟୁଜ୍ 7ପ୍ରସ୍ତୁତ କରିବ।
ନ୍ୟୁଜ୍ 7ରେ ଏଠାରେ ଦେଖି ପାରିବେ ବଜେଟ୍ ୨୦୨୫
ନ୍ୟୁଜ୍ 7 ଆପଣଙ୍କ ଲାଗି ବଜେଟର ପୂର୍ଣ୍ଣ କଭରେଜ ଉପସ୍ଥାପନ କରିବେ। ଆପଣ ନ୍ୟୁଜ୍ 7ର ଅଲଗା ଅଲଗା ପ୍ଲାଟଫର୍ମରେ ଏହାକୁ ଦେଖି ପାରିବେ ଯାହାର ସୂଚନା ଆମେ ଏଠାରେ ଦେଉଛୁ। ବଜେଟର ଲାଇଭ ଟେଲିକାଷ୍ଟ ବ୍ୟତୀତ ବଜେଟରେ ପ୍ରତ୍ୟେକ ମୁହୂର୍ତ୍ତର ଅପଡେଟ୍ ଏଠାରେ ଜାଣି ପାରିବେ।
ନ୍ୟୁଜ୍ 7 ଲାଇଭ ଟିଭି: https://www.prameyanews7.com/live-tv
ନ୍ୟୁଜ୍ 7 (ଓଡ଼ିଆ): https://prameyanews7.com/
ନ୍ୟୁଜ୍ 7 ନେଟୱାର୍କ ୟୁ ଟ୍ୟୁବ: https://www.youtube.com/@PrameyaNews7Odia
ନ୍ୟୁଜ୍ 7 ସୋସିଆଲ ମିଡିଆରେ ମଧ୍ୟ ଦେଖି ପାରିବେ ଲାଇଭ ଅପଡେଟସ୍
ନ୍ୟୁଜ୍ 7 ଓଡିଆ ଏକ୍ସ : https://x.com/NEWS7Odia?s=20
ନ୍ୟୁଜ୍ 7 ଫେସବୁକ୍ : https://www.facebook.com/NEWS7Odia?mibextid=ZbWKwL
PIB ହିନ୍ଦୀ ଓ ଅର୍ଥମନ୍ତ୍ରାଳୟ ଏକ୍ସ ହ୍ୟାଣ୍ଡଲରେ ମଧ୍ୟ ଦେଖି ପାରିବେ ଲାଇଭ କଭରେଜ
ପ୍ରେସ୍ ଇନଫର୍ମେସନ ବ୍ୟୁରୋ ଅର୍ଥାତ ପିଆଇବି ମାଧ୍ୟମରେ ବଜେଟର ଲାଇଭ କଭରେଜ ଦେଖିବାକୁ ମିଳି ପାରିବ। ତାଙ୍କର ୟୁ ଟ୍ୟୁବ୍ ଏବଂ ଫେସ୍ ବୁକ୍ ମାଧ୍ୟମରେ ବି ଆପଣ ବଜେଟର ଲାଇଭ ପ୍ରସାରଣ ଦେଖି ପାରିବେ। ଏକ୍ସ ରେ @FinMinIndia ଏବେ ଆର୍ଥିକ ସର୍ଭେକ୍ଷଣକୁ ନେଇ ସୂଚନା ପ୍ରସାରଣ କରିସାରିଲେଣି। ଏଠାରେ ମଧ୍ୟ କାଲି ଲାଇଭ ପ୍ରସାରଣ ଦେଖା ଯାଇ ପାରିବ।