ଅନ୍ୟ କାହା ସହ ବାହାଘର ସହିପାରିଲାନି ପ୍ରେମିକ: ନିଜେ ଜଳିଲା ପ୍ରେମିକାକୁ ବି ଜାଳିଲା, ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | January 31, 2025 IST

indiatoday

ନୂଆଦିଲ୍ଲୀ: ଅନ୍ୟ କାହା ସହ ପ୍ରେମିକାର ବାହାଘର ସହିପାରିବନି ବୋଲି ଚରମ ନିଷ୍ପତ୍ତି ନେଲା ପ୍ରେମିକ। ନିଆଁ ଲଗାଇ ପ୍ରେମିକାକୁ ଜିଅନ୍ତା ଜାଳିଲା ଓ ନିଜେ ବି ଜଳିଲା। ହେଲେ ଦୁର୍ଭାଗ୍ୟ ଏମିତି ଯେ ପ୍ରେମିକା ନିଲୁ ସିନା ଆରପାରିକୁ ଚାଲିଗଲା, ହେଲେ ପ୍ରେମିକ ବିକାଶ ଅଧାପୋଡ଼ା ହୋଇ ଏବେ ଯନ୍ତ୍ରଣାରେ ଛଟପଟ ହେଉଛି। ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରତାପଗଡରେ। 

ମିଳିଥିବା ସୂଚନା ଅନୁସାରେ, ୨୨ ବର୍ଷୀୟା ନିଲୁ ଯାଦବଙ୍କୁ ଭଲ ପାଉଥିଲେ ପ୍ରତାପଗଡ଼ର ୨୯ ବର୍ଷୀୟ ଯୁବକ ବିକାଶ।

ହେଲେ ଆସନ୍ତା ମାର୍ଚ୍ଚ ୨ ତାରିଖରେ ନିଲୁଙ୍କର ବିବାହ ଠିକ୍ ହୋଇଗଲା। ପ୍ରେମିକାର ବାହାଘର ଠିକ୍ ହୋଇଥିବା ଖବର ବିକାଶ ପାଖରେ ପହଞ୍ଚିବା ପରେ ସେ ହଠାତ୍ ହତୋତ୍ସାହିତ ହୋଇ ଯାଇଥିଲା ସେ। କେମିତି ସେ ଏ ବାହାଘର ବନ୍ଦ କରିବ କିଛି ବୁଝିପାରି ନଥିଲା।  

ଶୁକ୍ରବାର ସକାଳେ ନିଲୁ ସ୍କୁଲକୁ ପାଠ ପଢାଇବାକୁ ବାହାରିଥିବା ବିକାଶ ତାଙ୍କୁ ଅଧାରାସ୍ତାରେ ଅଟକାଇ ନିଜ ଫାର୍ମକୁ ଡାକି ନେଇଥିଲା। ପ୍ରେମିକ କଥାରେ ବିଶ୍ୱାସ କରି ନିଲୁ ଫାର୍ମରେ ପହଞ୍ଚିବା ପରେ ସେଠି ଯାହା ଘଟିଲା ତାହା ଆଜି ପ୍ରତାପଗଡ ପାଇଁ ଦୁଃଖର କାରଣ ସାଜିଛି। 

ପ୍ରେମିକ ଡାକରେ ନିଲୁ ଫାର୍ମରେ ପହଞ୍ଚିବା ପରେ ପୂର୍ବ ପ୍ରସ୍ତୁତି ମୁତାବକ ବିକାଶ ପେଟ୍ରୋଲ ଢାଳି ନିଲୁଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଏହାପରେ ନିଜ ଦେହରେ ନିଆଁ ଲଗାଇ ଦେଇ ଆତ୍ମହତ୍ୟା କରିଥିବାକୁ ଉଦ୍ୟମ କରିଥିଲା। ହେଲେ ଯାହା ବିଧି ନିର୍ଦ୍ଦିଷ୍ଠ ତାହା ହିଁ ହେଲା। ନିଆଁରେ ଜଳିଯିବା କାରଣରୁ ନିଲୁଙ୍କର ମୃତ୍ୟୁ ହୋଇଥିବା ବେଳେ ବିକାଶ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ବର୍ତ୍ତମାନ ସେ କୌଣସି ବିବୃତ୍ତି ଦେଇପାରିବେ ନାହିଁ ବୋଲି ପୋଲିସ କହିଛି।

ମାମଲାରେ ତଦନ୍ତ କରୁଥିବା ପୋଲିସକୁ ଘଟଣାସ୍ଥଳରୁ ଏକ ବଟଲ ଭର୍ତ୍ତି ପେଟ୍ରୋଲ ସହ ବିକାଶଙ୍କ ବାଇକ ଓ ଉଭୟଙ୍କ ମୋବାଇଲ ଫୋନ୍‌ ଜବତ କରିଛି। ଘଟଣାର ପରିବାର ଲୋକଙ୍କୁ ପଚରାଉଚରା କରି ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି। ତେବେ ବିକାଶ ସୁସ୍ଥ ହେଲେ ଘଟଣା ଉପରୁ ପରଦା ହଟିବା ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.