ଉତ୍ତରାଖଣ୍ଡ ୟୁସିସି ସମ୍ପତ୍ତି ଭାଗବଣ୍ଟାକୁ ନେଇ ବଦଳିଲା ନିୟମ: ଅମାନ୍ୟ ବିବାହରୁ ଜନ୍ମିତ ସନ୍ତାନ ପାଇବେ ଅଧିକାର

Published By : Prameya-News7 Bureau | January 31, 2025 IST

internet

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଲାଗୁ ହୋଇଥିବା ୟୁନିଫର୍ମ ସିଭିଲ କୋଡ୍‌ରେ ସମ୍ପତ୍ତିରେ ଅଧିକାର ନିୟମରେ ପରିବର୍ତ୍ତନ କରାଯାଇଛି। ଅଧିନିୟମ ଅନୁସାରେ ଅମାନ୍ୟ ବିବାହ(ଆଇନ ବିରୋଧୀ)ରୁ ଜନ୍ମ ହୋଇଥିବା ପିଲାଙ୍କୁ ବି ବୈଧ ବୋଲି ସ୍ୱାକାର କରାଯିବ। ଏବଂ ସେମାନଙ୍କୁ ବାପାମାଙ୍କ ସମ୍ପତ୍ତିରେ ସମାନ ଅଧିକାର ଦିଆଯିବ। 

ୟୁସିସିରେ ପିଲା ଜନ୍ମ କ୍ଷେତ୍ରରେ ‘ଅବୈଧ’ ଶବ୍ଦକୁ ହଟାଇ ଦିଆଯାଇଛି। ଏହି ଅଧିନିୟମ ଅନୁସାରେ, ପୋଷ୍ୟ ସନ୍ତାନ, ଗୁପ୍ତ ସଂମ୍ପର୍କରୁ ଜନ୍ମିତ ସନ୍ତାନ, ସରୋଗେସି ପିଲା, ସହାୟକ ପ୍ରଜନନ ଶୈଳୀରେ ଜନ୍ମ ହୋଇଥିବା ପିଲା ସମସ୍ତଙ୍କୁ ଜୈବିକ ପିଲା ବୋଲି ବିଚାର କରାଯାଇଛି। ଏମାନେ ସମସ୍ତେ ବାପାମାଆଙ୍କ ସମ୍ପତ୍ତିର ସମାନ ଅଧିକାରୀ ହେବେ। ଲିଭ୍ ଇନ ରିଲେସନରୁ ଜନ୍ମିତ ପିଲାକୁ ବି ଆଇନଗତ ବୋଲି ବିଚାର କରି ସମ୍ପତ୍ତିର ସମାନ ଅଧିକାର ମିଳିବ। ସମାନ ନାଗରିକ ସଂହିତା ବ୍ୟବସ୍ଥାରେ, ପୁଅ ଏବଂ ଝିଅଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ସମାନ ଅଧିକାର ଦିଆଯାଇଛି।

UCC ଅନୁଯାୟୀ, ହିନ୍ଦୁମାନଙ୍କ ପାଇଁ ସ୍ୱ-ଅର୍ଜିତ ସମ୍ପତ୍ତି ଏବଂ ପୈତୃକ ସମ୍ପତ୍ତି ମଧ୍ୟରେ କୌଣସି ପାର୍ଥକ୍ୟ କରା ଯାଇନାହିଁ।ୟୁସିସି ଆଇନରେ, ସମ୍ପତ୍ତିରେ "ଯେକୌଣସି ପ୍ରକାରର ସମ୍ପତ୍ତି, ସ୍ଥାବର କିମ୍ବା ଅସ୍ଥାବର, ସ୍ୱ-ଅର୍ଜିତ କିମ୍ବା ପୈତୃକ/ସହ-ସମ୍ପନ୍ନ/ସଂଯୁକ୍ତ, ଦୃଶ୍ୟମାନ କିମ୍ବା ଅଦୃଶ୍ୟ ସମ୍ପତ୍ତି ସାମିଲ୍ ରହିଛି।  ଏହାର ଅର୍ଥ ହେଉଛି ହିନ୍ଦୁମାନଙ୍କ ପାଇଁ ସମାନ ଉତ୍ତରାଧିକାର ଆଇନ ଏବେ ପୈତୃକ ଏବଂ ସ୍ୱ-ଅର୍ଜିତ ସମ୍ପତ୍ତି ଉଭୟ ପାଇଁ ପ୍ରଯୁଜ୍ୟ ହେବ।

ୟୁସିସି ଅଧୀନରେ, ହିନ୍ଦୁମାନଙ୍କ ପାଇଁ ତିନି ସ୍ତରର ଉତ୍ତରାଧିକାରୀ ଘୋଷଣା କରାଯାଇଛି।

କ୍ଲାସ୍-୧ ଉତ୍ତରାଧିକାରୀ

ପିଲା, ବିଧବା ଏବଂ ପିତାମାତା ଏହି ବର୍ଗରେ ଆସିଥାନ୍ତି। ୟୁସିସି ଅଧୀନରେ, ବିନା ଇଚ୍ଛାପତ୍ରର ଉତ୍ତରାଧିକାର କ୍ଷେତ୍ରରେ, ଉଭୟ ପିତାମାତାଙ୍କୁ କ୍ଲାସ ୱାନ ବର୍ଗରେ ରଖାଯାଇଛି। ପୂର୍ବରୁ କେବଳ ମାଆଙ୍କୁ ଏହି ବର୍ଗରେ ରଖାଯାଉଥିଲା।

କ୍ଲାସ-୨ ଉତ୍ତରାଧିକାରୀ

ଭାଇ, ଭଉଣୀ, ଭଣଜା, ଭଣଜା, ଜେଜେମାଆଙ୍କୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି।
ଶ୍ରେଣୀ-3 ଉତ୍ତରାଧିକାରୀ

ମୃତ ବ୍ୟକ୍ତିଙ୍କ ସହିତ ଅତି ନିକଟତର ଯେକୌଣସି ବ୍ୟକ୍ତି

UCC ଅଧୀନରେ ମୁସଲମାନମାନଙ୍କ ପାଇଁ ସମ୍ପତ୍ତି ବ୍ୟବସ୍ଥା
ଏହି ଆଇନ ମୁସଲିମ ସମ୍ପ୍ରଦାୟକୁ ଇଚ୍ଛା ଅନୁସାରେ ସମ୍ପତ୍ତି ହସ୍ତାନ୍ତରଣର କରିବାକୁ ଅନୁମତି ଦିଆଯାଇଛି। ହେଲେ ସେମାନଙ୍କ ଶରିଆ ଆଇନରେ ବର୍ତ୍ତମାନ ଏକ ତୃତୀୟାଂଶ ସମ୍ପତ୍ତି ହସ୍ତାନ୍ତର ଉଲ୍ଲେଖ ରହିଥିଲା। ହେଲେ ୟୁସିସିରେ ଏହା ଲାଗୁ ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.