ବଡ଼ବିଲ ୧୦।୦୨ : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବାଂଶପାଣି ଅଞ୍ଚଳରେ ହତ୍ୟାକାଣ୍ଡ । ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ ହୋଇଯାଇଛି । ମୃତକ ଯୋଡ଼ା ଥାନା ବାଂଶପାଣି ଅଞ୍ଚଳର ଅଜୟ ସେଠୀ ବୋଲି ଜଣାପଡିଛି । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଅଭିଯୁକ୍ତ ପୁଅ ବିକାଶ ସେଠୀକୁ ଥାନାରେ ଅଟକ ରଖିଛି ଯୋଡ଼ା ଥାନା ପୋଲିସ ।
ମିଳିଥିବା ଖବର ଅନୁସାରେ, ବିବାହ କରିବାକୁ ଜିଦ୍ ଧରିବସିଥିଲା ପୁଅ । ହେଲେ ବାପା ବର୍ତ୍ତମାନ ସମୟରେ ପୁଅର ବିବାହ କରିବାକୁ ପସନ୍ଦ କରୁନଥିଲେ । ବାପାଙ୍କ ମତରେ ପୁଅ ଆଗ କାମ କରି ଟଙ୍କା ରୋଜଗାର କରୁ, ତାପରେ ଯାଇ ତାର ବିବାହ କରାଯିବ । ଶେଷରେ ରବିବାର ରାତିରେ ବିବାହ କଥାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା ପାଟିତୁଣ୍ଡ । ଶେଷରେ ଏଥିରେ ଉତ୍କ୍ଷିପ୍ତ ହୋଇ ଉଠିଥିଲା ସୈତାନ୍ ପୁଅ । କେହି କିଛି ବୁଝିବା ଆଗରୁ ଏକ କାଠ ଫାଳିଆ ନେଇ ସିଧା ବାପାଙ୍କୁ ମୁଣ୍ଡଙ୍କୁ ପିଟି ଦେଇଥିଲା । ଯେଉଁଥିରେ ବାପା ଗୁରୁତର ହୋଇ ଘଟଣାସ୍ଥଳରେ ପଡିରହିଥିଲେ । ପରେ ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଟାଟା ହସ୍ପିଟାଲକୁ ନେଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଯୋଡ଼ା ଥାନା ବାଂଶପାଣି ଟୋଲ୍ ଗେଟ୍ ଅଞ୍ଚଳ ଅଜୟ ସେଠୀ ବୋଲି ଜଣାପଡିଛି ।
ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏହାସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ସରକାରୀ ମେଡିକାଲକୁ ପଠାଇଛି । ବାକି ଅଭିଯୁକ୍ତ ପୁଅ ବିକାଶ ସେଠୀକୁ ଅଟକ ରଖି ଜେରା କରୁଛି ପୋଲିସ ।
ଯଦି ଜାରି ରୁହେ ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧ, ଦୀପାବଳିକୁ ରେକର୍ଡ କରିବ ସୁନା