ପକ୍କା ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, କାଦୁଆ ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ

Published By : Prameya-News7 Bureau | September 28, 2024 IST

କରଞ୍ଜିଆ ୨୮।୯: ପକ୍କା ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । କାଦୁଅ ରାସ୍ତାରେ ଧାନ ତଳି ଲଗାଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ବ୍ଲକ ଏକତାଳି ପଞ୍ଚାୟତ ସୁନାପୋଷି ଗାଁ କୁଦରସାହିରେ । 

ଏହି ଗାଁରେ ୪୦ରୁ ଉର୍ଦ୍ଧ୍ବ ଆଦିବାସୀ ଶ୍ରେଣୀର ପରିବାର ବସବାସ କରନ୍ତି । ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ଗାଁରେ ପଡ଼ି ପାରିଲାନି ବିକାଶର ପାଦ ଚିହ୍ନ । ଗାଁକୁ ପକ୍କା ସଡକ ଯୋଜନାରେ ସାମିଲ କରାଯାଇ ପକ୍କା ରାସ୍ତାଟିଏ ହୋଇପାରିଲା ନାହିଁ । ଯାହା ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାଟିଏ ନାହିଁ ବୋଲି ନା କୌଣସି ଯୋଜନା ପହଞ୍ଚି ପାରୁଛି ନା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ପାରୁଛନ୍ତି । ସୁନାପୋସି ଗାଁରୁ କୁଦରସାହିକୁ ତିନି କିଲୋମିଟର ଚାଲି କି ଯିବାକୁ ପଡେ, ଅସରାଏ ବର୍ଷାରେ ମାଟି ରାସ୍ତା ପୁରା ବେହାଲ ହୋଇଥିବାରୁ ସେଠାକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ତେଣୁ ଦୀର୍ଘ ଦୁଇ କି.ମି. ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ରୋଗୀକୁ ଅଣାଯାଇଛି । ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ ଫଳ ଶୂନ । ତେଣୁ ଲୋକେ ରାସ୍ତାରେ ଧାନ ତୋଳି ଲଗାଇ ଅଭିନବ ପ୍ରତିବାଦ କରିଛନ୍ତି ।

You Can Read:

ଘରେ କେହି ନଥିବା ବେଳେ ବୁଲାଇଲେ କଳାକନା, କବାଟ ଜାଳି ଲୁଟିନେଲେ ଦୁର୍ବୃତ୍ତ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.