ଘରେ କେହି ନଥିବା ବେଳେ ବୁଲାଇଲେ କଳାକନା, କବାଟ ଜାଳି ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | September 28, 2024 IST

ଉଦଳା ୨୮।୯: ଘରେ କେହି ନ ଥିବାର ସୁଯୋଗ ନେଇ ଛାତ ଦେଇ ଘର ଭିତରକୁ ପସିଲେ। ହେଲେ ବାଧକ ସାଜିଲା କାଠ କବାଟ । କାଠ କବାଟକୁ ଜାଳି ଘର ଭିତରେ ପସି ଲୁଟ୍ କଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ । 

ନୂଆସାହି ଗ୍ରାମର ଅଞ୍ଜନ ନାୟକ ଏବଂ ତାଙ୍କ ସ୍ତ୍ରୀ ନିଜ ଝିଅକୁ ଛାଡ଼ିବା ପାଇଁ ଫୁଲବାଣୀ ଯାଇଥିଲେ । ଦୁଇ ଦିନ ହେବ ସେ ଯାଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ଘରୁ ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ କପ୍ତିପଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି । ତେବେ ଲୁଟେରା ମାନେ ଘର ଭିତରକୁ ପଶିବା ପାଇଁ ଘର କବାଟକୁ ଜାଳିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

You Can Read:

ଜଙ୍ଗଲୀ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.