ଜଙ୍ଗଲୀ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

Published By : Prameya-News7 Bureau | September 28, 2024 IST

ଉମରକୋଟ ୨୮।୯: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତ ପଡ଼ୋଶୀ ଛତିଶଗଡ଼ରେ ହାତୀ ଉପଦ୍ରବ । ଗୋରିଆବନ୍ଦ ଜିଲ୍ଲା ଫିଙ୍ଗେଶ୍ୱର ଗ୍ରାମ ସୋରିଦ ଖୁର୍ଡ ଜଙ୍ଗଲ ନିକଟରେ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରି ମାରିଦେଇଛି ।

ସୂଚନାଯୋଗ୍ୟ ଯେ, ଭୁଜିଆପାରାର ଜଣେ ବ୍ୟକ୍ତି ସୋରିଦଖୁର୍ଡ ଜଙ୍ଗଲ ଆଡ଼କୁ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ମୂଷା ଖୋଜିବାକୁ ଯାଉଥିଲେ । ସେହି ସମୟରେ ତିନୋଟି ଜଙ୍ଗଲୀ ହାତୀ ସଂପୃକ୍ତ ବ୍ୟକ୍ତିକୁ ଦଳି ଚକଟି ମାରିଦେଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଫିଙ୍ଗେଶ୍ୱର ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୃତକଙ୍କ ପରିବାରକୁ ଆବଶ୍ୟକ ସରକାରୀ ଆର୍ଥିକ ସହାୟତା ଯୋଗାଇବାକୁ ଜଙ୍ଗଲ ବିଭାଗ କହିଛି । ବର୍ତ୍ତମାନ ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ବେଳେ ତିନୋଟି ହାତୀ ଏବେ ମହାସମୁନ୍ଦ ଆଡକୁ ଗତି କରୁଛନ୍ତି । ତେବେ ବନ ବିଭାଗ ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି ।

You Can Read:

ଦିବ୍ଯାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଭାଙ୍ଗି ନଷ୍ଟ ହୋଇଗଲା ସବୁ ଜିନିଷ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.