ଘରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | December 02, 2024 IST

ପାଟଣା ୦୨।୧୨ : ଶୋଇବା ଘରୁ ମିଳିଲା ଇଞ୍ଜିନିୟରି ଛାତ୍ରଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୋବରାବେଡ଼ା ଗାଁରୁ ମିଳିଛି ମୃତଦେହ । ମୃତକ ହେଲେ ଭୋଲାନାଥ ନାଏକଙ୍କ ସାନ ପୁଅ ଦେବପ୍ରସାଦ ନାଏକ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ରବିବାର ଦିନ ଦେବପ୍ରସାଦ ଖାଇ ସାରି ଶୋଇବାକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତର ଦେବପ୍ରସାଦଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଛାତ୍ର ଜଣଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିଲେ । ଢେଙ୍କିକୋଟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ସେନେଇ ତଦନ୍ତ ଜାରି ରହିଛି ବୋଲି ଜଣାପଡିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.