ସୁନ୍ଦରଗଡ ୩୦।୧୧: ମହଙ୍ଗା ପଡିଲା ଲୋକଙ୍କୁ ଦୁର୍ବ୍ୟବହାର ଓ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ । ନିଲମ୍ଵିତ ହେଲେ ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି । ନିୟମିତ ଭାବେ ଅଫିସକୁ ନଯିବା ଓ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାପରେ ଉତ୍ତରାଞ୍ଚଳ ରାଜସ୍ଵ କମିଶନର ଏହାର ତଦନ୍ତ କରିବା ପରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବ ତହସିଲଦାରଙ୍କୁ ନିଲମ୍ଵିତ କରିଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ଵ ବିଭାଗ ଚିଠି ନମ୍ଵର RDM-DP-PM0041-2024-41851/ 29 NOVରେ ନିଲମ୍ଵିତ କରାଯାଇଛି । ଏହା ବ୍ୟତୀତ ଜିଲ୍ଲାପାଳଙ୍କ ବିନା ଅନୁମତିରେ ସଦର ମୁଖ୍ୟାଳୟ ଛାଡି କୁଆଡେ ନଯିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ହେମଗିର ବ୍ଲକରେ ବର୍ତ୍ତମାନ ବିଭିନ୍ନ କୋଇଲା ଖଣି ଖୋଲୁଥିବା ବେଳେ ଜମିଜମା ସମ୍ପର୍କରେ ବିଭିନ୍ନ କାମ ପାଇଁ ପ୍ରତିଦିନ ଲୋକେ ତହସିଲ ଅଫିସକୁ ଆସୁଥିବା ବେଳେ ଅଫିସରେ ନରହିବା ଓ ଲୋକଙ୍କୁ ଗାଳିଗୁଲଜ କରିବା ଭଳି କାମ କରୁଥିଲେ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି ।
You Can Read:
ପରିବାର ଲୋକଙ୍କ ଅଭିଯୋଗ ଡାକ୍ତରଖାନାରୁ ନବଜାତ ଶିଶୁ ଚୋରି, ମହିଳା ଜଣଙ୍କ ଓଟିକୁ ଯାଇନଥିବା CCTVରୁ ସ୍ପଷ୍ଟ