ଓ୍ୱାଶିଂଟନ ୦୨/୧୨: କ୍ଷମତା ଅପ ବ୍ୟବହାର କରିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଏପରିକି ତାଙ୍କ ପୁଅ ହଣ୍ଟରର ଅପରାଧକୁ ବି କ୍ଷମା କରିଛନ୍ତି । ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଅପରାଧିକ ମାମଲା ଏବେ ରଫା ଦଫା ହୋଇଛି । ଯାହାକୁ ନେଇ ବର୍ଷିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ସିଧାସଳଖ ବାଇଡେନଙ୍କୁ ଟାର୍ଗେଟ କରି କହିଛନ୍ତି ଏହା କ୍ଷମତାର ଅପବ୍ୟବହାର ।
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ ପଚାରିଛନ୍ତି ଯେ ବାଇଡେନ ତାଙ୍କ ପୁଅ ହଣ୍ଟରକୁ କ୍ଷମା କରିବା କେତେ ଯୁକ୍ତିଯୁକ୍ତ ? କାରମ ତାଙ୍କ ଅପରାଧ ଜେ-୬ କଏଦୀଙ୍କ ସହ ସାମିଲ । ଯେଉଁମାନେ ବର୍ଷ ବର୍ଷ ଧରି ଜେଲରେ ଅଛନ୍ତି । ଏହା କହିବାକୁ ଗଲେ ନ୍ୟାୟପାଳିକାର ସିଧାସଳକ ହତ୍ୟା । କହିବାକୁ ଗଲେ ୨୦୨୧ ଜାନୁୟାରୀ ହୋଇଥିବା ଦଙ୍ଗା ନେଇ ଜେ-୬ କଏଦୀର ଆଖ୍ୟା ଦେଇଥିଲେ । ଯେଉଁ ଦଙ୍ଗାରେ ଟ୍ରମ୍ପ ସମର୍ଥକ ଗିରଫ ହୋଇଥିଲେ । ସମସ୍ତେ ଏବେ ମଧ୍ୟ ଜେଲରେ ଅଛନ୍ତି ।
ରାଷ୍ଟ୍ରପତି ବାଇଡେନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ମୁଁ ମୋ ପୁଅ ହଣ୍ଟରକୁ ସବୁ ଅପରାଧ କ୍ଷମା । ଯେହେତୁ ମୁଁ ରାଷ୍ଟ୍ରପତି ପଦ ଗ୍ରହଣ କରିଛି, ମୁଁ କହିଛି ଯେ ମୁଁ ନ୍ୟାୟ ବିଭାଗର ନିଷ୍ପତ୍ତିରେ ହସ୍ତକ୍ଷେପ କରିବି ନାହିଁ । ମୁଁ ଏହି ପ୍ରତିଶ୍ରୁତି ପାଳନ କରିଛି । କିନ୍ତୁ ମୁଁ ଦେଖିଲି ମୋ ପୁଅକୁ ଟାର୍ଗେଟ କରାଯାଉଛି । ଅନ୍ୟାୟ ଭାବରେ କୋର୍ଟ ଚାଲାଣ କରାଯାଉଛି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ।
ବାଇଡେନ କହିଛନ୍ତି ଯେ ଯେକୌଣସି ବୁଦ୍ଧିମାନ ବ୍ୟକ୍ତି ଯିଏ ହଣ୍ଟର୍ ମାମଲା ଅନୁସରଣ କରିବେ ସେ ବୁଝିପାରିବେ ଯେ ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଛି । ବାଇଡେନ କହିଛନ୍ତି ଯେ ସେ ଏହି ସପ୍ତାହ ଶେଷରେ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି । ମୁଁ ଭାବୁଛି ଆମେରିକୀୟମାନେ ବୁଝିବେ କାହିଁକି ଜଣେ ପିତା ଏବଂ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି ।
ଏହି କ୍ଷମା ଅର୍ଥ ହଣ୍ଟର୍ ବାଇଡେନଙ୍କୁ ତାଙ୍କ ଅପରାଧ ପାଇଁ ଦଣ୍ଡିତ କରାଯିବ ନାହିଁ । ତାଙ୍କୁ କାରାଗାରକୁ ପଠାଯିବାର ସମ୍ଭାବନାକୁ ଦୂର କରିବା ସହ ମାମଲାର ତଦାରଖ କରୁଥିବା ବିଚାରପତି ବର୍ତ୍ତମାନ ଦଣ୍ଡ ଶୁଣାଣି ବି ରଦ୍ଦ କରିବେ ।