ପାସ୍‌ପୋର୍ଟ ଥାଇବି ଇସକନ ସାଧୁଙ୍କୁ ଭାରତ ଛାଡ଼ିଲାନି ବାଂଲାଦେଶ

Published By : Prameya-News7 Bureau | December 02, 2024 IST

indiatoday

ନୂଆଦିଲ୍ଲୀ: ଦେଶରୁ ହିନ୍ଦୁମାନଙ୍କୁ ବିଦା କରି ବାଂଲାଦେଶକୁ ଇସ୍ଲାମିକ ଦେଶ କରିବାର ଗୁପ୍ତ ମସୁଧାରେ ବାଂଲାଦେଶ ସରକାର। ଏଥିପାଇଁ ନାନା ଅତ୍ୟାଚାର, ମିଛ ମାମଲା ଓ ଗିରଫ ଆଦି କରି ହିନ୍ଦୁଙ୍କୁ ବିଦା କରାଯାଉଛି। ଏମିତିରେ ଭୟରେ ୫୦ରୁ ଅଧିକ ଇସ୍‌କନ ସାଧୁ ବାଂଲାଦେଶ ସୀମା ଡେଇଁ ଭାରତ ଆସିବାକୁ ଚେଷ୍ଟା କରିଥିବା ବେଳେ ସୀମାରେ ସେମାନଙ୍କୁ ନାନା ହଇରାଣ କରିଛି ବାଂଲାଦେଶ ସେନା। ଇସକନ ସାଧୁଙ୍କ ପାଖରେ ବୈଧ ପାସ୍‌ପୋର୍ଟ ଥିବା ସତ୍ତ୍ୱେ ସେମାନଙ୍କୁ ଭାରତକୁ ଆସିବାକୁ ଦିଆଯାଇ ନଥିବା ସୂଚନା ମିଳିଛି। 

ଶନିବାର ରାତି ଓ ରବିବାର ସକାଳେ ବିଭିନ୍ନ ଜିଲ୍ଲାର ୫୪ ଇସକନ ସାଧୁ ଓ ଭକ୍ତ ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାକୁ ଭାରତକୁ ଆସିବା ପାଇଁ ବେନାପୋଲ ସୀମାରେ ପହଞ୍ଚିଥିଲେ। ସୀମାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ସେମାନଙ୍କୁ ଭାରତ ଆସିବାକୁ ଅନୁମତି ମିଳି ନଥିଲା। ସେମାନଙ୍କର ଯାତ୍ରା ବେଆଇନ ବୋଲି କହିଥିଲେ ବାଂଲାଦେଶ ଅଧିକାରୀ। ସେମାନଙ୍କୁ ଛାଡ଼ିବାକୁ ଉପରୁ ନିର୍ଦ୍ଦେଶ ମିଳିଲା ନାହିଁ   ବୋଲି ବାଂଲାଦେଶ ଇମିଗ୍ରେସନ ପୁଲିସ ଖବର କାଗଜ ଡେଲି ଷ୍ଟାର୍‌କୁ ପ୍ରତିକ୍ରିୟା କହିଛନ୍ତି। ସେପଟେ ସରକାରଙ୍କ ଅନୁମତି ବିନା ଆମକୁ ଛଡ଼ା ଯାଉନି ବୋଲି ମଧ୍ୟ ସୌରଭ ତପନଦାର ଚେଲି ନାମକ ଜଣେ ସାଧୁ ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି।  

ବର୍ତ୍ତମାନ ବାଂଲାଦେଶରେ ଇସକନ ସଂସ୍ଥା ଓ ଏହାର ସାଧୁମାନଙ୍କ ଉପରେ ଆକ୍ରମଣ ଜାରି ରହିଛି। ମୁଖ୍ୟ ସାଧୁମାନଙ୍କୁ ଗିରଫ କରାଯାଉଛି। ଇସକନ ସାଧୁଙ୍କ ବ୍ୟାଙ୍କ ଆଖାଉଣ୍ଟ ଫ୍ରିଜ୍ କରାଯାଇଛି। ଇସକନ ବ୍ୟାନ କରିବାକୁ ଗୁପ୍ତ ଯୋଜନା ଜାରି ରହିଥିବା ବେଳେ ଏଭଳି ଖବର ସାମ୍ନାକୁ ଆସିଛି। 

ହିନ୍ଦୁ ବିରୋଧରେ ହେଉଥିବା ଅତ୍ୟାଚାରକୁ ବିରୋଧ କରିବାରୁ ଇସକନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହୀ ମାମଲାରେ ଫସାଯାଇ ଗିରଫ କରାଯାଇଛି। ତାଙ୍କ ଉପରେ ବାଂଲାଦେଶ ପାତାକାର ଅପମାନ କରିଥିବା ଅଭିଯୋଗ ହୋଇଛି। ଚିନ୍ମୟଙ୍କୁ ଗିରଫ କରିବା ପରେ ବାଂଲାଦେଶରେ ସଂଖ୍ୟାଲଘୁମାନେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକୁ ଦବାଇ ଦେବାକୁ ପୁଲିସ ଦୁଇ ହିନ୍ଦୁ ସାଧୁ ରୁଦ୍ରପ୍ରୋତୀ କେଶବ ଦାସ ଏବଂ ରଙ୍ଗ ନାଥ ଶ୍ୟାମ ସୁନ୍ଦର ଦାସଙ୍କୁ ଗିରଫ କରିଛି। 

ଏହାପରେ ସଂଖ୍ୟାଲଘୁମାନଙ୍କ ଆନ୍ଦୋଳନ ତୀବ୍ର ହୋଇଥିଲା। ଯାହାକୁ ନେଇ ଇସକନକୁ ବାଂଲାଦେଶରେ ବ୍ୟାନ କରିବାକୁ ଦାବି ହୋଇଥିଲା। ହେଲେ କୋର୍ଟ ଏହି ଦାବିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ବାଂଲାଦେଶ ସରକାର ୧୭ ଇସକନ ସାଧୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.