କାହିଁକି ଖାସ୍‌ ବଙ୍ଗଳାର ୧୫ ଲକ୍ଷର ଶାଢୀ ? ଜାଣନ୍ତୁ ଏହା ପଛର କାରଣ…

Published By : Prameya-News7 Bureau | December 02, 2024 IST

ନୂଆଦିଲ୍ଲୀ ୦୨।୧୨: ପଶ୍ଚିମବଙ୍ଗର ମୁସଲିନ୍ ଜାମଦାନୀ ଶାଢୀ । ଦେଖିବାକୁ ସୁନ୍ଦର ଯେମିତି ଦାମ୍‌ ମଧ୍ୟ ସେପରି । ଏହାର ଗୋଟିଏ ଶାଢୀର ଦାମ୍‌ ପ୍ରାୟ ୧୫ ଲକ୍ଷ ଟଙ୍କା ଯାଏଁ ହୋଇଥାଏ । ତେବେ ଏତେ ଦାମ୍‌ ହେବା ପଛର କାରଣ କଣ ? 

ବାସ୍ତବରେ ମୁସଲିନ୍ ଜାମଦାନୀ ଶାଢୀ ଗୋଟିଏକୁ ତିଆରି କରିବାକୁ ଲାଗିଥାଏ ପ୍ରାୟ ୩ ବର୍ଷର ସମୟ । ଖାସ୍ କରି ମହିଳାମାନେ ଏହି କାମରେ ବହୁତ ଦକ୍ଷ ହୋଇଥାନ୍ତି । କାରିଗରୀଙ୍କ କହିବା ଅନୁଯାୟୀ ରାଗରେ କିମ୍ବା ବ୍ୟସ୍ତତାରେ ସୁତା ଛିଡିପାରେ । ତେଣୁ ଶାନ୍ତ ମନରେ କାମ କରିବା ଜରୁରୀ ହୋଇଥାଏ । ଏହି ଶାଢୀ ବୁଣା ଅନେକ ଜଣ ଶିଖିଥାନ୍ତି । 

ଏହି ବୁଣା ଶିଖିବାକୁ ହେଲେ ଥଣ୍ଡା ସମୟ ଅର୍ଥାତ୍‌ ସକାଳ କିମ୍ବା ସନ୍ଧ୍ୟାରେ ଶିଖାଯାଇଥାଏ । ଗୋଟିଏ ଦିନରେ କେବଳ ୧ ସେଣ୍ଟିମିଟର ବୁଣା କାମ ହୋଇଥାଏ । ଖାସ୍‌ କରି ନଦୀ କୂଳରେ କାମ କରିବା ଆବଶ୍ୟକ ହୋଇଥାଏ । ମୁସଲିନ୍ ଜାମଦାନୀ ଶାଢୀରେ ଫୁଲ ଏବଂ ପତ୍ରର ସୁନ୍ଦର ଡିଜାଇନ୍ କରାଯାଏ । 

ଏଗୁଡିକର ଦାମ୍‌ ୧୫ ହଜାରରୁ ହୋଇଥାଏ ଆରମ୍ଭ । ଏହି ଶାଢୀ ବୁଣା ଦେଖିବାକୁ ବିଦେଶୀମାନେ ମଧ୍ୟ ଆସିଥାନ୍ତି । ଅଷ୍ଟ୍ରେଲିଆର ଲୋକମାନେ ଏହି  ପୁରୁଣା କଳାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସେମାନେ ଏହି ବୁଣାକୁ ବହୁତ ପସନ୍ଦ କରନ୍ତି । 

ଏହି ଶାଢୀ ଗୁଡିକ ୬୭ଟି ଦେଶରେ ବିକ୍ରି ହୋଇଥାଏ । କାନାଡା, ମାଲେସିଆ, ଦୁବାଇ ଏବଂ ଆମେରିକା ଭଳି ଦେଶରେ ଏଗୁଡିକର ରହିଛି ବହୁତ ଚାହିଦା । ଏହି ସେକ୍ଟର ୧ହଜାର କୋଟିରୁ ଅଧିକ ହୋଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.