ପ୍ରିୟଙ୍କା ଗାନ୍ଧୀଙ୍କୁ କେବେ ମିଳିବ ସରକାରୀ ବଙ୍ଗଳା ? ଏହାକୁ ନେଇ କଣ ରହିଛି ନିୟମ...

Published By : Prameya-News7 Bureau | December 02, 2024 IST

ନୂଆଦିଲ୍ଲୀ ୦୨।୧୨: ୱାୟାନାଡରୁ ନିର୍ବାଚିତ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ଲୋକସଭା ସାଂସଦ ଭାବରେ ନେଇଛନ୍ତି ଶପଥ । ରାହୁଲ ଗାନ୍ଧୀ ୱାୟାନାଡ ଆସନ ଛାଡିବା ପରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଭଳିସ୍ଥିତିରେ ପ୍ରଶ୍ନ ଉଠୁଛି ତାଙ୍କୁ ବଙ୍ଗଳା ମିଳିବାକୁ କେତେ ଦିନ ଲାଗିବ ? 

ନିୟମ ଅନୁଯାୟୀ ଭାରତରେ ସାଂସଦ ହେବା ପରେ ପ୍ରତ୍ୟେକ ସଦସ୍ୟଙ୍କୁ ଏକ ସରକାରୀ ବଙ୍ଗଳା ଦିଆଯାଇଥାଏ । ଏହି ବଙ୍ଗଳା ତାଙ୍କୁ ଦିଲ୍ଲୀର ସଂସଦ ଭବନ ପାଖରେ ମିଳିଥାଏ । ଯେଉଁଥିପାଇଁ ସେମାନେ ସହଜରେ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ । ଏହି ବଙ୍ଗଳାକୁ ସାଂସଦଙ୍କ ଦ୍ୱାରା ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରଦାନ କରାଯାଇଥାଏ । ନା କି ବ୍ୟକ୍ତିଗତ ବ୍ୟବହାର ପାଇଁ ଦିଆଯାଇଥାଏ । ପ୍ରତ୍ୟେକ ସାଂସଦ ଏହି ବଙ୍ଗଳାରେ ରହି ନିଜର ଦାୟିତ୍ ଭଲ ଭାବେ ତୁଲାଇବା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ । 

ତେବେ ସାଂସଦ ଶପଥ ଗ୍ରହଣ କରିବାର କିଛି ଦିନ ପରେ ସରକାରୀ ବଙ୍ଗଳା ମିଳିଥାଏ । ସାଧାରଣତଃ ଏହି ପ୍ରକ୍ରିୟା ଏକରୁ ଦୁଇ ସପ୍ତାହ ମଧ୍ୟରେ ପୁରା ହୋଇ ଯାଇଥାଏ । ଅର୍ଥାତ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏକରୁ ଦୁଇ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ପାଇବେ ବୋଲି ଆଶା କରାଯାଉଛି। ତେବେ ଶପଥ ନେବା ପରେ ସରକାରୀ ବଙ୍ଗଳା ପାଇବାକୁ ଜଣେ ସାଂସଦଙ୍କୁ କିଛି ଔପଚାରିକତା ଏବଂ ପ୍ରକ୍ରିୟା ଅନୁସରଣ କରିବାକୁ ପଡିଥାଏ । 

ସର୍ବପ୍ରଥମେ ନିର୍ବାଚନରେ ଜିତିବା ପରେ ସଂସଦ ଗୃହର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଏ ଏବଂ ପରେ ସେମାନଙ୍କୁ ସେମାନଙ୍କ ନାଁରେ ଏକ ସରକାରୀ ବଙ୍ଗଳା ବଣ୍ଟନ କରାଯାଇଥାଏ । ସାଂସଦଙ୍କୁ ସରକାରୀ ବଙ୍ଗଳା ବଣ୍ଟନ କରାଯିବା ବେଳେ ଅନେକ ଜିନିଷର ଧ୍ୟାନ ରଖିବାକୁ ପଡିଥାଏ । ଯେପରି କି ସାଂସଦଙ୍କ ସୁରକ୍ଷା, ପରିବାରର ଆବଶ୍ୟକତା ଏବଂ ତାଙ୍କ ଦ୍ବାରା କରାଯାଇଥିବା ସରକାରୀ କାର୍ଯ୍ୟକୁ ବିଚାରକୁ ନିଆଯାଏ । ଏହି କାରଣ ହେଉଛି ସାଂସଦଙ୍କ ପାଇଁ ଏକ ସରକାରୀ ବଙ୍ଗଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.