ନୂଆଦିଲ୍ଲୀ: ବାଂଲାଦେଶରେ ଥମୁନି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର । ସୀମା ପାର୍ ବେଳେ ଇସ୍କନ ସଦସ୍ୟଙ୍କୁ ଅଟକାଇଲା ବାଂଲାଦେଶ ପୋଲିସ। ଏହି ISKCON ସଦସ୍ୟମାନେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଅଟକାଇଛନ୍ତି। ବେନାପୋଲ ଇମିଗ୍ରେସନ ପୋଲିସ ଅଧିକାରୀ କହିଛନ୍ତି ଯେ ISKCON ସଦସ୍ୟଙ୍କ ପାଖରେ ବୈଧ ପାସପୋର୍ଟ ଏବଂ ଭିସା ଅଛି, କିନ୍ତୁ ସେମାନଙ୍କ ଯାତ୍ରା ପାଇଁ ସରକାରୀ ଅନୁମତି ନାହିଁ ବୋଲି ସେ କହିଛନ୍ତି।
ବିଭିନ୍ନ ଜିଲ୍ଲାର ଭକ୍ତଙ୍କ ସମେତ ୫୪ ଜଣ ସଦସ୍ୟ ଶନିବାର ଏବଂ ରବିବାର ସକାଳେ ଚେକ୍ ପୋଷ୍ଟରେ ପହଞ୍ଚିଥିଲେ। ଅନୁମତି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ତାଙ୍କୁ କୁହାଯାଇଥିଲା ଯେ ତାଙ୍କର ଯାତ୍ରା ଅନୁମତିପ୍ରାପ୍ତ ନୁହେଁ। ISKCON ର ଅନ୍ୟତମ ସଦସ୍ୟ ସୌରଭ ତାପନ୍ଦର ଚେଲି କହିଛନ୍ତି ଯେ ଆମେ ଭାରତରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲୁ, କିନ୍ତୁ ସରକାରୀ ଅନୁମତି ଅଭାବରୁ ଇମିଗ୍ରେସନ ଅଧିକାରୀମାନେ ଆମକୁ ଅଟକାଇଥିଲେ।
ଦେଶଦ୍ରୋହ ମାମଲାରେ ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯିବା ପରେ ବାଂଲାଦେଶରେ ISKCON ସଦସ୍ୟଙ୍କୁ ଖୋଜା ଚାଲିଛି। ଚିନ୍ମୟ କୃଷ୍ଣ ଦାସଙ୍କ ସମେତ ୧୭ ISKCON ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 30 ଦିନ ପାଇଁ ଫ୍ରିଜ୍ କରିବାକୁ ବାଂଲାଦେଶ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।