ଭୁବନେଶ୍ୱର ୦୨।୧୨ : ବିଧାନସଭା ଶୀତ ଅଧିବେଶନ । ତିନି ଦିନର ବିରତି ପରେ ପୁଣି ସରଗରମ ହେବ ବିଧାନସଭା। ୩ ଦିନିଆ ଓଡ଼ିଶା ଗସ୍ତ ସାରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଫେରିଛନ୍ତି । ଏହି ଗସ୍ତରେ ଓଡ଼ିଶା କଣ ପାଇଛି , ତାହାକୁ ନେଇ ଗୃହରେ ସରଗରମ ହୋଇପାରେ ଆଲୋଚନା।
ସୋମବାର ବିଧାନସଭାରେ ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପୂର୍ବତଟ ରେଳପଥକୁ ସଙ୍କୁଚିତ କରିବା, ଆମ୍ବ ଟାକୁଆ, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇପାରେ। ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବ। ବିଧାନସଭା ଆରମ୍ଭର ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଥିଲେ।