ରାଜ୍ୟରେ କମିବ ଦର, ଓଡ଼ିଶାରେ ପହଞ୍ଚିଲା ୟୁପି, ପଶ୍ଚିମବଙ୍ଗରୁ ଆଳୁ

Published By : Prameya-News7 Bureau | December 02, 2024 IST

ଭୁବନେଶ୍ୱର/କୋଲକାତା, ୦୨/୧୨: ଖୁବଶୀଘ୍ର ଦୂର ହେବ ରାଜ୍ୟରେ ଆଳୁ ସଂକଟ । ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି, କମିପାରେ ଦର । କାରଣ ମାର୍କେଟରେ କେଜି ୬୦ ଟଙ୍କାରେ ମିଳୁଛି । ହେଲେ ଏବେ ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି । ୟୁପି ଓ ପଶ୍ଚିମବଙ୍ଗରୁ ଆସିଛି ଆଳୁ ଗାଡି । ସକାଳୁ ସକାଳୁ ଉଭୟ ରାଜ୍ୟରେ ଆସି ପହଞ୍ଚିଛି ଆଳୁ ଟ୍ରକ୍ । 

ସୂଚନା ଥାଉକି, ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆଳୁ କିଲୋ ୫୦ ରୁ ୬୦ ଟଙ୍କା ଛୁଇଁଛି । ଆଳୁ କିଣିବାକୁ ଏବେ ଡର ମାଡ଼ୁଛି । ବିଭିନ୍ନ ଗୋଦାମ ଓ ମଣ୍ଡିରେ ଆଳୁ ସରିଆସୁଥିବା ବେଳେ ଏବେ ବ୍ୟବସାୟୀମାନେ ହରଡ଼ଘଣାରେ ପଡ଼ିଛନ୍ତି । ରବିବାର ରାଜ୍ୟରେ ଆଳୁ ସଙ୍କଟ ଦୂର ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ । 

ମନ୍ତ୍ରୀ କହିଥିଲେ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସୁଛି । କୌଣସି ବ୍ୟବସାୟୀ ଏହି ସ୍ଥିତିର ଫାଇଦା ନେଇ  ଅଧିକ ଦରରେ ଆଳୁ ବିକ୍ରି କଲେ ଦୃଢ଼  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲ ସେ ଚେତାବନୀ ଦେଇଥିଲେ । ଏମିତିକି ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ ସେ । 

ସେପଟେ ଓଡ଼ିଶାରେ ଆଳୁ ସଙ୍କଟର ତୁରନ୍ତ ସମାଧାନ ଦାବି କରିଥିଲା ଓଡ଼ିଶା ସିଟିଜେନ୍‌ ଫୋରମ୍‌ । ଫୋରମ୍‌ର ସଭାପତି ଚିନ୍ମୟ ଦାସଙ୍କ ସଭାପତିତ୍ୱରେ ଏକ ଚାରିଜଣିଆ ଟିମ୍‌ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ । ଏସବୁକୁ ଦୃଷ୍ଟିରେ ରଖି ବୋଧହୁଏ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଆଗକୁ ରାଜ୍ୟରେ ଆଳୁ ସଂକଟ ଦୂର ହେବ ବୋଲି ଆଶା କରାଯାଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.