ସାଇକ୍ଲୋନିକ ଷ୍ଟର୍ମ ପ୍ରଭାବରେ ଲାଗିରହିବ କୋହଲା ପାଗ, ୯ ପରେ ବଦଳିବ ସ୍ଥିତି

Published By : Prameya-News7 Bureau | December 02, 2024 IST

ଭୁବନେଶ୍ୱର ୦୨/୧୨: ସାଇକ୍ଲୋନିକ ଷ୍ଟର୍ମ ପ୍ରଭାବରେ ଲାଗିରହିବ କୋହଲା ପାଗ, ୯ ପରେ ବଦଳିବ ସ୍ଥିତି । ଏନେଇ ସ୍ପଷ୍ଟ କରିଛନ୍ତି ସୋଆ ଜଳବାୟୁ କେନ୍ଦ୍ର ନିର୍ଦେଶକ ଶରତ ଚନ୍ଦ୍ର ସାହୁ । ତାଙ୍କ କହିବା କଥା ସାଇକ୍ଲୋନ ଷ୍ଟ୍ରମ, ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିଲା । କିଛି ଅଂଶ ସ୍ଥଳ ଭାଗକୁ ଯାଇଛି । ଓଡିଶାକୁ ଦକ୍ଷିଣ ପୂର୍ବ ଦିଗରୁ ପବନ ପ୍ରବାହ ରହୁଛି । ଦକ୍ଷିଣ ଓଡିଶାରେ ୪୫ କିଲୋମିଟର ରହୁଛି ପବନ ଗତି । 


ଶୀତ ଦିନ ଯୋଗୁ ସକାଳୁ ସନ୍ଧ୍ୟା ଥଣ୍ଡା ପାଗ ରହିବ । ଘଡଘଡି ବିଜୁଳି ପ୍ରବାହ ରହିବ ନାହିଁ । କୋହଲିଆ ପାଗ ୪ ତାରିଖ ଯାଏଁ ରହିବ । ସ୍ଲୋ ମୁମେଣ୍ଟ ରହୁଛି, ଗୁରୁଚାପ ବାଧା ଦଉଛି ଯିବାକୁ । ୮/୯ ତାରିଖ ପରେ ପାଗରେ ଆସିବ ପରିବର୍ତ୍ତନ । ୪ ତାରିଖ ଯାଏଁ ଘନ କୁହୁଡି ରହିବ । ଉପକୂଳ ପାର୍ଟରେ ଅଧିକ ଅନୁଭୂତ ହେବ । ଆଭ୍ୟନ୍ତରୀଣ ପାର୍ଟରେ ମେଘୁଆ ପାଗ ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.