କଟକ୨ /୧୨: ଉତ୍ତରପ୍ରଦେଶରରୁ ଆଳୁ ଗାଡି ଆସିବା ପରେ ବି କମୁନି ରେଟ୍ । ସୋମବାର ସକାଳୁ ସକାଳୁ ଛତ୍ରବଜାରରେ ଅଚାନକ ପହଞ୍ଚି ଯାଇଥିଲା ଯୋଗାଣ ବିଭାଗ । ଆଳୁ ଦର କାହିଁକି କମୁନି ? କେତେ ଟଙ୍କାରେ ବିକ୍ରି କରୁଚ ? କେଜି ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି କର । ଅଧିକ ଦରରେ ବିକ୍ରି କଲେ ଦୋକାନ ସିଲ୍ କରାଯିବ । ବେପାରୀଙ୍କୁ ଏମିତି ତାଗିଦ କରିଛନ୍ତି ଯୋଗାଣ ଅଧିକାରୀ । ଉତ୍ତରପ୍ରଦେଶରୁ ଆଳୁ ଟ୍ରକ ଛତ୍ର ବଜାରରରେ ପହଞ୍ଚିବା ପରେ ଆଳୁ ଦର ହ୍ରାସ ପାଇବ ବୋଲି ଗ୍ରାହକ ଆଶାବାଦୀ ।
ପଶ୍ଚିମବଙ୍ଗ ସରକାର ଆଳୁ ଗାଡି ନଛାଡିବା ପରେ ବଜାରରେ ୩୦ରୁ ୩୫ ଟଙ୍କା ଦରରେ ମିଳୁଥିବା ଆଳୁ ଚଢା ଦରରେ ବିକ୍ରି ହେଉଥିଲା । ରବିବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଉତ୍ତରପ୍ରଦେଶରୁ ୩ଶହ ଟ୍ରକ ଓଡ଼ିଶାରେ ପହଞ୍ଚିବ । ସୋମବାର ସକାଳୁ ଉତ୍ତରପ୍ରଦେଶରୁ ଗୋଟିଏ ଟ୍ରକ ଆଳୁ ଛତ୍ରବଜାରରେ ପହଞ୍ଚିଥିବାବେଳେ ୪ଟି ଟ୍ରକ ପଶ୍ଚିମବଙ୍ଗରୁ ଗଳାବାଟ ଦେଇ ଆସିଛି । ସେହିପରି ଉତ୍ତରପ୍ରଦେଶରୁ ୧୦ଟି ଆଳୁ ଟ୍ରକ ଭୁବନେଶ୍ବର ଆଇଗଣିଆ ମାର୍କେଟକୁ ଆସିଛି ।