ମୁମ୍ଵାଇ ୨୨।୦୧; ବିଗ୍ ବିଙ୍କ ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତି । ଏହି ଶୋ ଲୋକଙ୍କ ହୃଦୟରେ ରାଜ୍ କରୁଛି। ଏହି ଶୋ’ ପ୍ରସାରଣ ହେବାର ୨୫ ବର୍ଷ ହୋଇଯାଇଛି। ହେଲେ ଏବେ ଶୋ’ର ପ୍ରଥମ କୋଟିପତି ହର୍ଷବର୍ଦ୍ଧନ ନଭାଥେଙ୍କୁ ଦୀର୍ଘ ବର୍ଷ ପରେ 'କେବିସି'କୁ ଅଣାଯାଇଛି। ପ୍ରଥମ ବିଜେତା ହୋଇଥିବା ହର୍ଷବର୍ଦ୍ଧନ ତାଙ୍କ କମ୍ବ୍ୟାକକୁ ନେଇ ବହୁତ ଉତ୍ସାହିତ ଦେଖାଯାଇଥିଲେ। ତାଙ୍କ ଅଭିଜ୍ଞତା ସେୟାର କରିବା ବେଳେ ସେ କହିଥିଲେ ଯେ ଏହି ଶୋ’ ତାଙ୍କ ଜୀବନକୁ ବଦଳାଇ ଦେଇଛି।
ଚ୍ୟାନେଲ୍ ଏହାର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ହର୍ଷବର୍ଦ୍ଧନଙ୍କ ଭିଡିଓ ପୋଷ୍ଟ କରିଛି। ଏତେ ବର୍ଷ ପରେ ଶୋ’କୁ ଫେରିବାର ଖୁସି ମଧ୍ୟ ପ୍ରକାଶ କରିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି – “ମୁଁ ଏହି ଶୋ’ରେ ବିଜେତା ହେବାର ବହୁତ ଦିନ ବିତି ଗଲାଣି, କିନ୍ତୁ ଲୋକମାନେ ଆଜି ବି ମୋତେ 'କେବିସି'ର ବିଜେତା ଭାବେ ଚିହ୍ନିଛନ୍ତି।”
ଭିଡିଓରେ ହର୍ଷବର୍ଦ୍ଧନ ଆହୁରି କହିଛନ୍ତି – “୨୫ ବର୍ଷ ପରେ ଏହି ମଞ୍ଚକୁ ଆସିବା ବହୁତ ଖୁସି ଲାଗୁଛି । ଲାଗୁଛି ଯେମିତି ମୁଁ ମୋ ଘରକୁ ଫେରିଛି। ଏହି ଶୋ’ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ମୋତେ ପରିଚୟ ଦେବା ସହ ଲୋକଙ୍କ ଠାରୁ ବହୁତ ଭଲ ପାଇବା ଏବଂ ସମ୍ମାନ ମିଳିଛି। ମୁଁ ବହୁତ ଖୁସି ଯେ ଏତେ ବର୍ଷ ପରେ ମଧ୍ୟ ଲୋକମାନେ ମୋତେ ମନେ ରଖିଛନ୍ତି।” ଏହି ଶୋ କେବଳ ଏକ ଗେମ୍ ଶୋ’ ନୁହେଁ। ଏହା ଠାରୁ ଆପଣ ବହୁତ କିଛି ଶିଖି ପାରିବେ । ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନକୁ ପୂରଣ କରିପାରିଛି। ଅନେକଙ୍କ ପାଇଁ ପ୍ରେରଣାର ଏକ ଉତ୍ସ।
MNCରେ କାମ କରନ୍ତି ପତ୍ନୀ , ସେ ଜଣେ ଅଭିନେତ୍ରୀ
ବର୍ତ୍ତମାନ ହର୍ଷବର୍ଦ୍ଧନ ନଭାଥେ ମୁମ୍ବାଇରେ ରହୁଛନ୍ତି । ସେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଛନ୍ତି। ତାଙ୍କର ଦୁଇଟି ପୁଅ ଅଛନ୍ତି ଏବଂ ତାଙ୍କ ପତ୍ନୀଙ୍କ ନାଁ ସାରିକା ହର୍ଷବର୍ଦ୍ଧନ ନଭାଥେ। କୋଟିପତି ହେବା ପରେ ତାଙ୍କ ପ୍ରତି ଲୋକଙ୍କ ମନୋଭାବ ବଦଳି ଯାଇଛି। ସେ ଜଣେ ଷ୍ଟାର ହୋଇଯାଇଥିଲେ। ସେ ଯାହା ବି ଟଙ୍କା ପାଇଲେ, ସେଥିରେ ସେ ବିଦେଶରେ ପାଠପଢ଼ି ଏକ ଭଲ ସ୍ଥାନରେ ନିବେଶ କଲେ। ହର୍ଷବର୍ଦ୍ଧନ ନାଭାଥେଙ୍କ ଅନୁସାରେ, ତାଙ୍କୁ ଅଭିନୟ ଏବଂ ମଡେଲିଂ ପାଇଁ ମଧ୍ୟ ଅନେକ ପ୍ରସ୍ତାବ ମିଳିଥିଲା। ତାଙ୍କୁ ସ୍କୁଲ ଏବଂ କଲେଜରେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଉଥିଲା।
ହର୍ଷବର୍ଦ୍ଧନଙ୍କ ସ୍ୱପ୍ନ ଥିଲା ସେ ଜଣେ ଆଇଏଏସ୍ ଅଧିକାରୀ ହେବେ। କିନ୍ତୁ କୌନ ବନେଗା କରୋଡପତି କାରଣରୁ ଏହା ହୋଇ ପାରିଲା ନାହିଁ। ହର୍ଷବର୍ଦ୍ଧନ କହିଥିଲେ ଯେ ଯେତେବେଳେ ସେ 'କେବିସି'କୁ ଯାଇଥିଲେ, ସେତେବେଳେ ସେ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ। ସେତେବେଳେ ତାଙ୍କୁ ଶୋ’ ପାଇଁ ମଧ୍ୟ ପ୍ରସ୍ତୁତି ହେବାକୁ ପଡିଲା। ଏହି କାରଣରୁ ସେ ଆଇଏଏସ ପରୀକ୍ଷାରେ ପାସ୍ ହୋଇପାରି ନଥିଲେ।