ମାଲକାନଗିରି ୦୨।୧୨ : ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ମୋରମେଡ ଗାଁରେ ଥିବା ଏକ ମୋବାଇଲ୍ ଟାଓ୍ୱାରରେ ନିଆଁ ଲଗାଇ ଦେଇଛନ୍ତି ଲାଲ୍ବାହିନୀ ।
ଖବର ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ଦୁର୍ଗମ ଅଞ୍ଚଳରେ ଏହି ମୋବାଇଲ୍ ଟାଓ୍ୱାର ସେବା ଆରମ୍ଭ ହୋଇଥିଲା । ଯାହାକି ପୁରା ଅଞ୍ଚଳ ପାଇଁ ଥିଲା ଖୁସିର ଖବର । ରବିବାର ରାତିରେ କିଛି ମାଓବାଦୀମାନେ ଛତିଶଗଡ଼ର ବିଜାପୁର ମୋରମେଡ ଗାଁକୁ ଆସି ଉକ୍ତ ମୋବାଇଲ୍ ଟାଓ୍ୱାରକୁ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ହେଲେ ଏହି ବିସ୍ଫୋରଣରେ ଜଣେ ମାଓବାଦୀ ପ୍ରାଣ ହରାଇଥିବା ବିଜାପୁର ପୋଲିସ ସୂଚନା ଦେଇଛି । ସେପଟେ ଏହି ବିସ୍ଫୋରଣ ପରେ ସୁରକ୍ଷାକର୍ମୀ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ସୂଚନା ମିଳିଛି ।