ଫ୍ରାନ୍ସ ଠାରୁ ୨୬ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

Published By : Prameya-News7 Bureau | December 02, 2024 IST

internet

ନୂଆଦିଲ୍ଲୀ: ଫ୍ରାନ୍ସ ଠାରୁ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ। ଏଥିପାଇଁ କଥାବାର୍ତ୍ତା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି। ନୌସେନା ଦିବସ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ଯୁକ୍ତ ତ୍ରିପାଠୀ କହିଛନ୍ତି ଯେ ଏନେଇ କ୍ୟାବିନେଟ ସୁରକ୍ଷା କମିଟି ସହି ଆଲୋଚନା ଜାରି ରହିଛି। ଜାନୁଆରୀରେ ଏନେଇ ସମାଧାନ ହେବ।

ଯେହେତୁ ଦୁଇ ଦେଶର ସରକାରୀ ସ୍ତରରେ ଏହି ଆଲୋଚନା ହୋଇଛି ତେଣୁ ଏଥିରେ ବେଶି ସମୟ ଲାଗିବ ନାହିଁ। ବହୁ ମୁଲଚାଲ ପରେ ବିମାନ ଦାମ କମାଇବାକୁ ଫ୍ରାନ୍ସ ସରକାର ରାଜି ହୋଇଛନ୍ତି। ୨୦୧୬ରେ ହୋଇଥିବା ଡିଲ୍ ଆଧାରରେ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣାଯିବ ବୋଲି ଶ୍ରୀ ଯୁକ୍ତ ତ୍ରିପାଠୀ କହିଛନ୍ତି।
 ଭାରତୀୟ ନୌସେନା ଶକ୍ତି ବଢାଉଥିବା ବେଳେ ଫ୍ରାନ୍ସ ସହିତ ଏହି ଡିଲ୍ ଖୁବ୍ ଆବଶ୍ୟକ। ଯେମିତି ଭାରତୀୟ ମିସାଇଲ୍ ଏଥିରେ ମାଡ଼ କରାଯାଇପାରିବ ସେହିଭଳି ଡିଜାଇନ୍ କରିବାକୁ ଭାରତ ଫ୍ରାନ୍ସକୁ ଅନୁରୋଧ କରିଛି। 

ଅନ୍ୟପଟେ ପାକିସ୍ତାନ ମଧ୍ୟ ନୌସେନା ଶକ୍ତି ବଢ଼ାଉଛି। ତେଣୁ ଭାରତ ସଜାଗ ରହିଛି। ପଡ଼ୋଶୀର କୌଣସି ବି ଆକ୍ରମଣର ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.