ମହାରାଷ୍ଟ୍ରର ମଙ୍ଗ ଧରିବେ ଦେବେନ୍ଦ୍ର ଫଡନବିସ୍; ତୃତୀୟ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ !

Published By : Prameya-News7 Bureau | December 02, 2024 IST

ମୁମ୍ବାଇ: ମହାରାଷ୍ଟ୍ରକୁ ଶୀଘ୍ର ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ମହାୟୁତି ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି । ମୁଖ୍ୟମନ୍ତ୍ରୀ ନେଇ ଦେବେନ୍ଦ୍ର ଫଡନବିସଙ୍କ ନାଁରେ ମୋହର ମାରିଛି ବିଜେପି । ସୋମବାର କିମ୍ବା ମଙ୍ଗଳବାର ବିଧାୟକ ଦଳ ବୈଠକ ବସିବ ସେଠାରେ ନେତା ଚୟନ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ଏହାପରେ ଡିସେମ୍ବର ୫ ତାରିଖରେ ମହାରାଷ୍ଟ୍ରରେ ଶପଥ ସମାରୋହ ହେବ । 

ଦେବେନ୍ଦ୍ର ଫଡନବିସ୍ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପ୍ରଥମେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସିଏମ୍ ଦାୟିତ୍ବ ସମ୍ଭାଳିଥିଲେ । ଦ୍ବିତୀୟ ଥର ପାଇଁ ୨୦୧୯ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ତାଙ୍କର ସର୍ବନିମ୍ନ କାର୍ଯ୍ୟକାଳ ଥିଲା । ୩ଦିନ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବା ପରେ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ଇସ୍ତଫା ଦେବାକୁ । ପରେ ୨୦୨୨ରେ ବିଜେପି-ଏନସିପି-ଶିବସେନା ଗୋଷ୍ଠୀ ମହାୟୁତି ଗଠନ କରି ଉଦ୍ଧବ ଠାକର ସରକାରକୁ ଗାଦିଚ୍ୟୁତ କରିଥିଲେ । ମହାୟୁତିରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମେଣ୍ଟରେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଓ ଅଜିତ୍ ପାଓ୍ବାର ହୋଇଥିଲେ । 

ଦେବେନ୍ଦ୍ର ଫଡନବିସ୍ ୧୯୯୯ ମସିହାରୁ ନାଗପୁର ଦକ୍ଷିଣ-ପଶ୍ଚିମରୁ ବିଧାୟକ ଭାବେ ଜିତି ଆସୁଛନ୍ତି । ଏବେ ସେ ଷଷ୍ଠ ଥର ପାଇଁ ବିଧାୟକ ହୋଇଛନ୍ତି । ପୂର୍ବରୁ ସେ ନାଗପୁର ନଗର ନିଗମର ମେୟର ମଧ୍ୟ ରହିଛନ୍ତି । ୨୦୨୪ରେ ମହାରାଷ୍ଟ୍ରର ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ମହାୟୁତି ୨୩୩ ସିଟରେ ବିଜୟୀ ହୋଇଛି । ବିଜେପିରୁ ୧୩୨ ବିଧାନସଭା ମିଳିଥିବା ବେଳେ ସିନ୍ଦେଙ୍କ ଶିବସେନାକୁ ୫୭ ଏବଂ ଅଜିତ୍ ପାଓ୍ବାରଙ୍କ ଏନସିପିକୁ ୪୧ ଆସନ ମିଳିଚି । ନିର୍ବାଚନ ଫଳ ବାହାରିବାକୁ ୧୦ ଦିନ ହୋଇଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ, ଦେବେନ୍ଦ୍ର ଫଡନବିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ । ଆଜି କିମ୍ବା ଆସନ୍ତାକାଲି ବିଧାୟକ ଦଳ ବୈଠକ ବସି ନାଁ ଘୋଷଣା କରାଯିବ ...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.