ଆପାର୍ଟମେଣ୍ଟରେ ରାତି ଅଧିଆ କଳାକନା ବୁଲାଇଲେ ଲୁଟେରା, ନେଇଗଲେ ସୁନା ଗହଣା

Published By : Prameya-News7 Bureau | December 01, 2024 IST

ପିପିଲି ୧।୧୨: ରାଜଧାନୀ ଉପକଣ୍ଠ ନିକଟ ବିଶାଲ ଗାର୍ଡେନ ଆପାର୍ଟମେଣ୍ଟରୁ ଲୁଟ୍ । ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ପିପିଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ପିପିଲି କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ବିଶାଲ ଗାର୍ଡେନର ଆପାର୍ଟମେଣ୍ଟରେ ରାତି ଅଧିଆ କଳାକନା ବୁଲାଇଛନ୍ତି ଲୁଟେରା । ଫ୍ଲାଟ୍‌ର ମାଲିକ ଘରେ ନଥିବା ସୁଯୋଗ ନେଇ ଆପାର୍ଟମେଣ୍ଟକୁ ଟାର୍ଗେଟ୍ କରିଛନ୍ତି ହାଇୱେ ଲୁଟେରା । 

ଗୋଟିଏ ପଟେ ରାଜଧାନୀରେ ଡିଜି, ଆଇଜି ସମ୍ମିଳନୀ ଚାଲିଥିବା ବେଳେ ରାଜଧାନୀ ଉପକଣ୍ଠରେ ଏଭଳି ଲୁଟ୍ ଚର୍ଚ୍ଚାର ବିଷୟ ପାଲଟିଛି । ରାଜଧାନୀ ହାଇ ସିକ୍ୟୁରିଟି ଥିବାବେଳେ ଏହାର ସୁଯୋଗ ନେଇ ଉପକଣ୍ଠରେ ଲୁଟେରା ଆତଙ୍କରାଜ କରିଛନ୍ତି । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ତନାଘନା ଜାରି ରଖିଛି ।

You Can Read:

ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ, ସୋମବାର ସକାଳ ସୁଦ୍ଧା ପହଞ୍ଚିବ : ଯୋଗାଣ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.