ଭୁବନେଶ୍ବର ୧।୧୨: ଆଉ ରହିବନି ଆଳୁ ସଙ୍କଟ । ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ । ସୋମବାର ସକାଳ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ଉତ୍ତରପ୍ରଦେଶ ଆଳୁ । ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ତାଙ୍କର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । ଏ ନେଇ ରିପୋର୍ଟ ଆସିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଯେଉଁ ବେପାରୀ ମାନେ ଆଳୁ ବାହାରକୁ ବିକ୍ରି କରିବା ପାଇଁ ରଖିଛନ୍ତି । ଯଦି ସେମାନେ ଅନ୍ୟ ରାଜ୍ୟକୁ ରପ୍ତାନୀ କରିପାରିବେନି ତେବେ ଆଳୁ ପଚିଯିବ ଓ କ୍ଷତି ସହିବେ । ତେଣୁ ବ୍ୟବସାୟୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ଵାଭାବିକ । ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଯେଉଁ ରାଜ୍ୟରେ ଯେଉଁ ସାମଗ୍ରୀ ଅଧିକ ଉତ୍ପାଦନ ହୁଏ, ସେ ରାଜ୍ୟ ଅନ୍ୟ ରାଜ୍ୟକୁ ରପ୍ତାନୀ କରେ । ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଦ୍ଵାରା ଏହିଭଳି ବାତାବରଣ ଉପରେ ଭଟ୍ଟା ପଡୁଛି । ତାଙ୍କର ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ନିଷ୍ପତ୍ତି ଠିକ୍ ହେଲା ନାହିଁ । ପଶ୍ଚିମବଙ୍ଗ ବ୍ୟବସାୟୀ ମାନେ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଚାହୁଁଛନ୍ତି । କାରଣ ବେଶୀ ଦିନ ଆଳୁ ରହିଲେ ପଚିଯିବ । ତେଣୁ ମମତା ସବୁ ରାଜ୍ୟ ପ୍ରତି ସମଭାବନା ରଖିବା ଦରକାର । ଯଦି କୌଣସି ବ୍ୟବସାୟୀ ଏହି ସ୍ଥିତିର ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କରିବେ ତେବେ ବିଭାଗର ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ନେବ ।
You Can Read:
ଏକାଧିକ ଗାଡ଼ିକୁ ଧକ୍କା ଦେଲା ବାଇକ୍ : ୩ ଜଣ ଗୁରୁତର, ୩ ଜଣ ଆହତ