ଭୁବନେଶ୍ୱର ୦୨।୧୨ : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ଇମେଲ୍ ଦେବା ଘଟଣା । ଗୁରୁଲ୍କୁ ଚିଠି ଲେଖିଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । କେଉଁ ଆଇଡିରୁ ଅଡିଓ ଆସିଥିଲା । ସେନେଇ ମଧ୍ୟ ତଥ୍ୟ ମାଗିଛି ଏସ୍ଟିଏଫ୍ । ଆବଶ୍ୟକ ପଡିଲେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ତଦନ୍ତ କରିବା ନେଇ ସୂଚନା ମିଳିଛି ।
ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଦଳ ଶିଖ୍ ଫର ଜଷ୍ଟିସ୍ (SFJ) ର ମୁଖ୍ୟ ପନ୍ନୁ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଜଣେ ବରିଷ୍ଠ ସମ୍ବାଦିକଙ୍କୁ ଧମକ ଦେଇଥିଲା। ଏକ ଭିଡିଓ ବାର୍ତ୍ତାରେ ସେ ତାଙ୍କ ସମର୍ଥକମାନଙ୍କୁ ଭୁବନେଶ୍ୱରର ମନ୍ଦିର ଏବଂ ହୋଟେଲରେ ଥିବା ଡିଜି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ କହିଥିଲା। ଏଥିସହିତ ଭୁବନେଶ୍ୱରରେ ଖଲିସ୍ତାନୀ ପତକା ଉଡାଇବା ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା ପନ୍ନୁ। ଯାହା ପରେ ରାଜଧାନୀରେ ପୋଲିସ ସୁରକ୍ଷାକୁ ବଢାଇ ଦିଆଯାଇଥିଲା ।