ବ୍ରହ୍ମପୁର ଏମ୍‌କେସିଜିରେ ପୁଣି ରାଗିଂ ଅଭିଯୋଗ, ଆଣ୍ଟି ରାଗିଂ କମିଟିରେ ହାଜର ହେବାକୁ ନୋଟିସ୍‌

Published By : Prameya-News7 Bureau | December 02, 2024 IST

ବ୍ରହ୍ମପୁର ୦୨।୧୨ : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ପୁଣି ରାଗିଂ ଅଭିଯୋଗ । ଛାତ୍ରୀମାନେ ରାଗିଂର ଶିକାର ହେଉଥିବାର ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ସିନିୟର ଛାତ୍ରଛାତ୍ରୀମାନେ ସେମାନଙ୍କ ହୋମ୍‌ଓ୍ୱାର୍କ ଜୁନିୟରଙ୍କ ଦ୍ୱାରା କରୁଥିବାର ଅଭିଯୋଗ ଆସିଛି । ଯାହାକୁ ନେଇ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଚିନ୍ତାରେ ପଡିଛନ୍ତି । 

ଖବର ଅନୁଯାୟୀ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ କିଛି ସିନିୟର ଛାତ୍ରୀ ନିଜର ଜୁନିୟରମାନଙ୍କୁ ରାଗିଂ କରିଥିବାର ଅଭିଯୋଗ ଆସିଛି । ସିନିୟରମାନେ ସେମାନଙ୍କ ହୋମଓ୍ୱାର୍କ ଜୁନିୟରଙ୍କ ଦ୍ୱାରା କରାଉଛନ୍ତି । ଏହି ଅଭିଯୋଗ ପରେ ପୁରା ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଏମ୍‌କେସିଜି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଆଣ୍ଟିଂ ରାଗିଂ ସେଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ଏପିରିକି ୪ଜଣ ସିନିୟର ଛାତ୍ରୀଙ୍କୁ ସୋମବାର ଆଣ୍ଟି ରାଗିଂ କମିଟି ନିକଟରେ ହାଜର ହେବାକୁ ନୋଟିସ ମଧ୍ୟ କରାଯାଇଛି ।  

ସେହିପରି ଅଭିଯୋଗ ସଂପର୍କରେ ମତାମତ ସଂଗ୍ରହ ଲାଗି ମଙ୍ଗଳବାର ମଧ୍ୟ ଆଣ୍ଟି ରାଗି କମିଟିର ବୈଠକ ବସିବ । ତେବେ କେବଳ ଛାତ୍ରୀ ନୁହନ୍ତି ବରଂ ବହୁ ଛାତ୍ର ମଧ୍ୟ ପୂର୍ବରୁ ରାଗିଂ ଅଭିଯୋଗ ଆଣିଥିଲେ । କଲେଜ କର୍ତ୍ତୃପକ୍ଷରେ ରାଗିଂ ଘଟଣାକୁ ବନ୍ଦ କରିବାକୁ ସାଧାରଣରେ ଦାବି ମଧ୍ୟ ଉଠିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.