ଗଡି଼ବ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ଭାୟା କେନ୍ଦୁଝର, ହେଲା ଟ୍ରାଏଲ ରନ୍

Published By : Prameya-News7 Bureau | September 08, 2024 IST

କେନ୍ଦୁଝର ୮।୯: କେନ୍ଦୁଝର ଦେଇ ଚାଲିବ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ରବିବାର ଏହାର ଟ୍ରାଏଲ ରନ୍ ହୋଇଛି । ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଭାୟା କେନ୍ଦୁଝର ହୋଇ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ । ଏଥିପାଇଁ ରେଳ ବିଭାଗ ପ୍ରସ୍ତୁତ ହେଉଛି । ଲୋକାର୍ପଣ ପୂର୍ବରୁ ଏହି ମାର୍ଗରେ ଟ୍ରାଏଲ ରନ୍ କରାଯାଇଛି । ଟ୍ରେନ୍‌ଟି ନିର୍ଦ୍ଧାରିତ ସମୟରେ କେନ୍ଦୁଝର ଷ୍ଟେସନରେ ୮ଟା ୫୮ମିନିଟ୍‌ରେ ପହଞ୍ଚି ୯ଟା ବାଜି ୪ମିନିଟ୍‌ରେ କେନ୍ଦୁଝର ଷ୍ଟେସନ ଛାଡି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥିଲା । ଟାଟା ନଗର-ବହ୍ମପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଟ୍ରେନ୍‌ର ଟ୍ରାଏଲ ରନ୍‌ରେ ଟ୍ରେନ୍‌ଟିକୁ ଦେଖିବା ପାଇଁ ଅନେକ ସ୍ଥାନୀୟ ଲୋକ ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । କେନ୍ଦୁଝର ଦେଇ ଏହି ସ୍ୱତନ୍ତ୍ର ଟ୍ରେନ୍‌ଟିକୁ ଚଲାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ ।

You Can Read:

ଗଣେଶ ଭସାଣୀ ବେଳେ ଅଘଟଣ : ଚାଲିଗଲା ବଡ଼ ଭାଇଙ୍କ ଜୀବନ, ସାନ ଭାଇ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.