ଗଣେଶ ଭସାଣୀ ବେଳେ ଅଘଟଣ : ଚାଲିଗଲା ବଡ଼ ଭାଇଙ୍କ ଜୀବନ, ସାନ ଭାଇ ଗୁରୁତର

Published By : Prameya-News7 Bureau | September 08, 2024 IST

ନୀଳଗିରି ୮।୯: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖନ୍ତାପଡ଼ା ଥାନା କୁଳିଗାଁରେ ଗଣେଶ ଭସାଣୀ ବେଳେ ଘଟିଲା ବଡ଼ ଧରଣର ଅଘଟଣ l ବଡ଼ ଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନ ଭାଇ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖନ୍ତାପଡ଼ା ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ସୂଚନାଯୋଗ୍ୟ ଯେ, ଶନିବାର ଗାଁରେ ବାବା ଗଣେଶଙ୍କର ପୂଜାର୍ଚ୍ଚନା ଚାଲିଥିବା ବେଳେ ରବିବାର ଗାଁରେ ବିସର୍ଜନ କରାଯାଉଥିଲା l ତେଣୁ ଗାଁର ପିଲାମାନେ ଭସାଣୀ ପାଇଁ ଗାଁ ପୋଖରୀକୁ ନେଇଥିଲେ l ତେଣୁ ସେଠାରେ ଭସାଣୀ ବେଳେ ପାଣିକୁ ଯାଇଥିବା ବେଳେ ଦୁଇ ଭାଇ ବୁଡ଼ିଯାଇଥିଲେ l ତେଣୁ ସ୍ଥାନୀୟ ଲୋକେ ପୋଖରୀରୁ ଉଦ୍ଧାର କରି ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ l କିନ୍ତୁ ସେଠାରେ ଡାକ୍ତର ବଡ଼ ଭାଇକୁ ମୃତ ଘୋଷଣା କରିଥିଲେ l ତେବେ ମୃତକ ଜଣକ ହେଉଛନ୍ତି ଅରୁଣ ରାଉତଙ୍କ ବଡ଼ ପୁଅ ପ୍ରତ୍ୟୁଷ ରଞ୍ଜନ ରାଉତ l ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ l ଅନ୍ୟ ଜଣେ ପିଲା ଯାହାର ନାମ ସତ୍ୟଜିତ ରାଉତକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

You Can Read:

ଏଥର ଦୁର୍ଗାପୂଜା ଲାଗିବ ଫିକା, ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ କଟକଣା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.