ଓଡ଼ିଶା ଆସିବେ ୫ ମହାବଳ ବାଘ, ଏହି ଅଭୟାରଣ୍ୟରୁ ଆଣିବାକୁ ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | July 05, 2024 IST

ଭୁବନେଶ୍ଵର: ଓଡିଶା ଆସିବେ ୫ ମହାବଳ ବାଘ। ଦେବ୍ରିଗଡ଼ ଅଭୟାରଣ୍ୟକୁ ୩ଟି ଓ ଶିମିଳିପାଳକୁ ୨ ଟି ବାଘ ଆସିବା ନେଇ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଗୋଟିଏ ବାଘ ଓ ୨ ଟି ବାଘୁଣୀ ଆଣି ଦେବ୍ରିଗଡ଼ରେ ଛଡ଼ାଯିବ।ସେହିପରି ମଧ୍ୟ ପ୍ରଦେଶ କିମ୍ବା ମହାରାଷ୍ଟ୍ରର ସେଣ୍ଟ୍ରାଲ ଲେଣ୍ଡ ସ୍କେପ ଅଞ୍ଚଳରୁ ଦୁଇଟି ବାଘୁଣୀ ଆଣି ଶିମିଳିପାଳରେ ଛଡ଼ାଯିବ। ଏହି ବାଘକୁ ୩୧ ଅଗଷ୍ଟରେ ଅଣାଯିବ ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏଥିସହ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ, ଚିଡି଼ଆଖାନା ଓ ଅନ୍ୟ ବାସସ୍ଥଳୀରୁ ୮୧୦ଟି ଚିତ୍ରା ହରିଣ, ୩୨ଟି ସମ୍ବର, ୧୮ଟି କୃଷ୍ଣସାର ମୃଗ, ୩୦ଟି ମଗର, ୨୦ଟି ଲୁଣି ପାଣି କୁମ୍ଭୀର ଭଳି ଆହୁରି କିଛି ବନ୍ୟଜନ୍ତୁଙ୍କୁ ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବାକୁ ଯୋଜନା ରହିଥିବା ଜଣାପଡି଼ଛି। ଏ ନେଇ ପିସିସିଏଫଙ୍କ ପକ୍ଷରୁ ବିଭିନ୍ନ ଅଭୟାରଣ୍ୟ ଓ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.