ଔପଦାରେ ଟ୍ରିପଲ ମର୍ଡର ଘଟଣା: ଆଉ ୨ ଅଭିଯୁକ୍ତ ଗିରଫ, ପୁରୁଷ ଶୂନ୍ୟ ହେଲାଣି ଗାଁ

Published By : Prameya-News7 Bureau | July 08, 2024 IST

ନୀଳଗିରି: ନୀଳଗିରି ଉପଖଣ୍ଡ ଔପଦା ଆଦିବାସୀ ଅଞ୍ଚଳରେ ଗୁଣି ଗାରେଡି ସନ୍ଦେହରେ ୩ ଜଣ ଙ୍କୁ ନିର୍ମମ ହତ୍ୟା ଘଟଣାରେ ଗିରଫଦାରୀ ସଂଖ୍ୟା ବଢିଛି। ପୂର୍ବରୁ  ଅଭିଯୋଗରେ ୬ଜଣ ଗିରଫ ହୋଇ ଜେଲ ଯାଇ ସାରିଛନ୍ତି। ପୁଣି ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ରାଜସ୍ୱ ଗ୍ରାମର ବରପଦା ଆଦିବାସୀ ବସ୍ତି ଏବେ ପୁରୁଷ ଶୂନ୍ୟ ପାଲଟିଛି ।

ଏହି ମାମଲାରେ ୬ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ଗତକାଲି ଜଣେ ନାଁ ବାଳକକୁ ଚାଲାଣ କରାଯାଇଥିଲା । ଏହି ଟ୍ରିପଲ ମର୍ଡର ଘଟଣାରେ ଶବ ବହି ଜଙ୍ଗଲରେ ଫିଙ୍ଗିବାରେ ସହଯୋଗ କରିଥିବା ସଞ୍ଜୟ ସିଂ(୩୭) ଓ ବନମାଳୀ ସିଂ(୨୪) କୁ ଆଜି ପୋଲିସ କୋର୍ଟ ଚାଲାଣ କରିଛି । ତେବେ ଜଣେ ନାଁ ବାଳକ କୁ ଲଗାଇ ମୋଟ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇ ସାରିଛି। ଔପଦା ଆଇଆଇସି ଶ୍ରବଣ କୁମାର ମହାରଣା ଏଭଳି ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.